November 28, 2025
Home » ପୁରୀ ସହର ରେ ଥିବା ଶୌଚାଳୟ ଅବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ

ପୁରୀ ସହର ରେ ଥିବା ଶୌଚାଳୟ ଅବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ

0
WhatsApp Image 2025-11-14 at 12.29.21 PM

ପୁରୀ ସହର ରେ ଥିବା ଶୌଚାଳୟ ଅବସ୍ଥା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ଅନେକ ଶୌଚାଳୟ କୁ ଠିକ୍ ସଫେଇ କରାଯାଉନାହିଁ। ଫଳରେ ଦୁର୍ଗନ୍ଧ ରେ ନାକ ଫାଟୁଥିବା ବେଳେ ଲୋକେ ଶୌଚାଳୟ ଅବସ୍ଥା ଦେଖି ସେଠାକୁ ଯିବା ନାକ ଟେକୁଛନ୍ତି। ଶୌଚାଳୟ ଅବସ୍ଥା ଏଭଳି ହୋଇଚି ଯେ ସେଠାକୁ ଗଲେ ଜଣେ ରୋଗ ନେଇ ଆସିବା ନିଶ୍ଚିତ। ଦୈନିକ ଶୌଚାଳୟ ସଫେଇ ପାଇଁ ସଫେଇ କର୍ମଚାରି ନିଯୁକ୍ତ ହୋଇଥିଲେ ସେମାନେ ସଫେଇ କରୁନାହାନ୍ତି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଚି ବଡଶଙ୍ଖ ରେ ଥିବା ଶୌଚାଳୟ। ସେହିପରି ଅନେକ ସ୍ଥାନରେ ଥିବା ଶୌଚାଳୟ ଏବେ ଅଚଳ ଅବସ୍ଥାରେ ଥିବା ବେଳେ ଅନେକ ସ୍ଥାନରେ ଶୌଚାଳୟ ରେ ତାଲା ଝୁଲୁଛି। ବଡଦାଣ୍ଡ ର ବଗଲା ଧର୍ମଶାଳା ସମୁଖ ରେ ଥିବା ଶୌଚାଳୟ ଏବେ ଭଗ୍ନ ଅବସ୍ଥାରେ ପଡ଼ି ରହିଛି। ଫଳରେ ବଡ ଦାଣ୍ଡ ରେ ଯାତାୟାତ କରୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ଶୌଚ ହେବାକୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଶୌଚାଳୟ ବନ୍ଦ ଥିବାରୁ ମହିଳା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୁରୀ କୁ ଦିନକୁ ଦିନ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଅଧିକ ଶୌଚାଳୟ ର ଆବଶ୍ୟକତା ରହିଚି। ହେଲେ ଶୌଚାଳୟ ଗୁଡ଼ିକୁ ଅଚଳ ଅବସ୍ଥାରେ ଛାଡି ଦିଆଯିବା କେତେଦୂର ଠିକ୍ ସେ ନେଇ ପ୍ରଶ୍ନ ଉଠିଛି। ଜଗନ୍ନାଥ୍ ବଲ୍ଲଭ ମଲ୍ଟି ଲେବଲ୍ କାର ପାର୍କିଂ ରେ ମଧ୍ୟ ସମାନ ଅବସ୍ଥା। ଏଠାରେ ସବୁ ସବୁ ଫ୍ଲୋର ର ଶୌଚାଳୟ ଗୁଡ଼ିକ ତାଲା ପଡ଼ିଛି। ପ୍ରତିଦିନ ଶ୍ରୀ ମନ୍ଦିର ଆସୁଥିବା ହଜାର ହଜାର ପର୍ଯ୍ୟଟକ ଜଗନ୍ନାଥ ବଲ୍ଲଭ ମଲ୍ଟି ଲେବଲ କାର ପାର୍କିଂ ରେ ଟଙ୍କା ଦେଇ ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ସେଠାରେ ଶୌଚାଳୟରେ ତାଲା ପଡ଼ିଥିବାରୁ ଶୌଚ ହେବାକୁ ପର୍ଯ୍ୟଟକ ମାନେ ନାହିଁ ନଥିବା ଆସୁବିଧା ଭୋଗୁଛନ୍ତି। ଟଙ୍କା ଦେଇ ପର୍ଯ୍ୟଟକ ମାନେ ଗାଡ଼ି ପାର୍କିଂ କରୁଥିବା ବେଳେ ଲୋକ ଙ୍କ ସର୍ବନିମ୍ନ ମୌଳିକ ସୁବିଧା ଶୌଚାଳୟ ସୁବିଧା ନ ମିଳିବା କୁ ନେଇ ପର୍ଯ୍ୟଟକ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

 

କେବଳ ସେତିକି ନୁହେଁ ପୁରୀ ବେଳାଭୂମିର ଲାଇଟ୍ ହାଉସ ଓ ଷ୍ଟରଲିନ ନିକଟ ରେ ଦୁଇଟି ନୂଆ ଶୌଚାଳୟ ନିକଟ ରେ ନିର୍ମାଣ ହୋଇଥିଲା। ତାହାବି ରକ୍ଷଣା ବେକ୍ଷଣ ଅଭାବ ରୁ ଏଗୁଡ଼ିକ ବନ୍ଦ ହୋଇ ଯାଇଛି। ସମୁଦ୍ର ବେଳାଭୂମି କୁ ଆସୁଥିବା ପର୍ଯ୍ୟଟକ ମାନେ ଶୌଚ ହେବା ସହ ସମୁଦ୍ର ସ୍ନାନ ପରେ ପୋଷାକ ପରିବର୍ତନ ପାଇଁ ଏହି ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ପରିଚାଳନାଗତ ତୃଟି ଯୋଗୁଁ ଏହା ଏବେ ବନ୍ଦ ହୋଇ ରହିଚି। ଫଳରେ ବେଳାଭୂମି କୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ ମାନେ ଶୌଚ ହେବାକୁ ବେଶ୍ ଅସୁବିଧା ଭୋଗୁଛନ୍ତି। ସେହିପରି ତାଳବଣିଆ ରେ ଥିବା ଶୌଚାଳୟ ର ତାଲା ପଡିଛି।ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳ ରେ ୩୧ ଟି ଶୌଚାଳୟ ଥିବା ଏବେ ଅଧା ବନ୍ଦ ରହିଥିବା ବେଳେ କିଛି ଭାଙ୍ଗିରୁଜି ଯାଇ ଅଚଳ ଅବସ୍ଥାରେ ପଡ଼ିରହିଛି। ଆଉ ଯେଉଁ ଶୌଚାଳୟ ଅଛି ସେଗୁଡିକ ସଠିକ୍ ଭାବରେ ସଫେଇ ହେଉନଥିବାରୁ ଏହା ବ୍ୟବହାର ହେଉନାହିଁ। ସରକାର ପୁରୀ କୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବେ ବୋଲି ଘୋଷଣା ବାରମ୍ବାର କରୁଛନ୍ତି। ହେଲେ ପୁରୀ କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ସାମାନ୍ଯ ମୌଳିକ ସୁବିଧା ଶୌଚାଳୟ ଟିଏ ସଠିକ୍ ଭାବରେ ଯୋଗାଇ ନ ଦେଇ ପାରିବା କୁ ଦେଖିଲେ ପୁରୀ କୁ କିଭଳି ସରକାର ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବେ ସେ ନେଇ ପ୍ରଶ୍ନ ଉଠିଛି। ପୁରୀ କୁ ଏକ ସ୍ୱଚ୍ଚ ସହର ରେ ପରିଣତ କରିବା ପାଇଁ ‘ ପବିତ୍ର ପୁରୀ ଗର୍ବ ଆମରି ‘ ନାରା ଦେଇ କାର୍ଯ୍ଯ କରୁଛି ପୁରୀ ପୌରପାଳିକା। ତେବେ ପୁରୀ ସହର ଶୌଚାଳୟ ଅବସ୍ଥା ଦେଖିଲେ ଜଣାପଡୁଛି ସ୍ୱଚ୍ଛତା କୁ ନେଇ କାର୍ଯ୍ୟ କରୁଥିବା ପୁରୀ ପୌରପାଳିକା ପ୍ରଚାର କେବଳ ପ୍ରଚାର ରେ ରହିଯାଇଛି। ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ପୁରୀ ସହର ରେ ଥିବା ଶୌଚାଳୟ ଅବସ୍ଥା ଦେଖି ଏକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ଵାରା ପର୍ଯ୍ୟଟକ ମାନେ ଏକ ଖରାପ ଅନୁଭୂତି ନେଇ ଫେରୁଥିବା ବେଳେ ସ୍ୱଚ୍ଛତା କୁ ନେଇ ପୁରୀ ସହର ନିନ୍ଦିତ ହେଉଚି। ସାରା ବିଶ୍ଵ ରେ ପୁରୀ ର ସ୍ବତନ୍ତ୍ର ଖ୍ୟାତି ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମେତ ସୁନ୍ଦର୍ ବେଳାଭୂମି ରହିଚି। ଏଥି ପାଇଁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ପୁରୀ ସହର ରେ ଶୌଚାଳୟ ରେ ଥିବା ଅବ୍ୟବସ୍ଥା ତଥା ସ୍ୱଚ୍ଛତା ରେ ପଛରେ ପଡ଼ିବା କୁ ନେଇ ପୁରୀ ସହର ସବୁଆଡ଼େ ନିନ୍ଦିତ ହେଉଚି। ଭାରତ ରେ ସବୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରେ ପର୍ଯ୍ୟଟକ ଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ସହିତ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଭାରତ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରେ କିଭଳି ସ୍ୱଚ୍ଛତା କୁ ପରିଚାଳନା କରାଯାଉଛି ତାହାର ଅନୁଧ୍ୟାନ କରାଯାଇ ପୁରୀ ସହର ରେ ଏହାକୁ ଲାଗୁ କରିବାକୁ ଦାବି ହୋଇଛି। ପୁରୀ ସହର ସ୍ୱଚ୍ଛତା କୁ ବଜାୟ ରଖିବା ଓ ସହର ରେ ଶୌଚାଳୟ ଗୁଡ଼ିକ ର ଉପଯୁକ୍ତ ପରିଚାଳନା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଚି। ହେଲେ ପୁରୀ ସହର ରେ ଥିବା ଶୌଚାଳୟ ଅବ୍ୟବସ୍ଥା ଦେଖିଲେ ସବୁ କିଛି କେବଳ କାଗଜ କଲମ ରେ ଚାଲିଥିବା ବେଳେ ବ୍ୟାପକ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି।ପୁରୀ କୁ ଆସିଥିବା ଜଣେ ରାଜ୍ୟ ବାହାର ର ମହିଳା ପର୍ଯ୍ୟଟକ ନିର୍ମଳା ଗୋଏଲ ନିଜ ପ୍ରତିକ୍ରିୟାରେ କୁହନ୍ତି, ପର୍ଯ୍ୟଟନ ସ୍ଥଳୀ ରେ ଶୌଚାଳୟ ବ୍ୟବସ୍ଥା ଏକ ଜରୁରୀକାଳୀନ ସେବା। ପର୍ଯ୍ୟଟନ ସ୍ଥଳୀ ଗୁଡିକ ରେ ପର୍ଯ୍ୟଟକ ଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ରହିବା ଦରକାର୍। ହେଲେ ମୁଁ ଦେଖୁଛି ପୁରୀ ସହର ରେ ଥିବା ପାର୍କିଂ, ବଡ ଦାଣ୍ଡ ଓ ବେଳାଭୂମିରେ ଶୌଚାଳୟ ଗୁଡ଼ିକ ଅଚଳ ଅବସ୍ଥାରେ। ଜାହାବି କିଛି ଅଛି ତାହା ଏତେ ଅପରିଷ୍କାର ଯେ ଏହା ବ୍ୟବହାର ଅନୁପଯୋଗୀ। ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ରହିବା ଦରକାର୍। ଶୌଚାଳୟ ଅବ୍ୟବସ୍ଥା ଯୋଗୁ ମହିଳା ମାନେ ବେଶ୍ ଅସୁବିଧା ଭୋଗୁଛନ୍ତି। ପୁରୀ ସହର ରେ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର।। ମୁଁ ଓଡ଼ିଶା ସରକାର ଙ୍କୁ ହାତଯୋଡ଼ି ଅନୁରୋଧ କରୁଚି ମହିଳା ଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା କରାଯାଉ। ଆମ ଭାରତ ରେ ସ୍ୱଚ୍ଛତା କୁ ଏବେ ଅଭିଯାନ ଭାବେ ଜାରି ରହିଚି। ସେହି କ୍ରମରେ ପୁରୀ ରେ ମଧ୍ୟ ସ୍ୱଚ୍ଛତା ଉପରେ ଅଧିକ କାର୍ଯ୍ୟ ହେବା ଦରକାର। ସ୍ୱଚ୍ଛତା ରକ୍ଷା ପାଇଁ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହାର ଫାଇଦା ଲୋକ ମାନେ ପାଉନାହାନ୍ତି। ସ୍ଥାନୀୟ ପୌରପାଳିକା ଏହା ଉପରେ ଧ୍ୟାନ ଦେବା ଉଚିତ୍।ଆଉ ଜଣେ ରାଜ୍ୟ ବାହାର ର ପର୍ଯ୍ୟଟକ ବୁରିନ୍ଦର କୁମାର ନିଜ ପ୍ରତିକ୍ରିୟାରେ କୁହନ୍ତି, ଶୌଚାଳୟ ସମସ୍ତ ଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା। ହେଲେ ପୁରୀ କୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏଠାରେ ପର୍ଯ୍ୟଟକ ଙ୍କ ପାଇଁ ପର୍ଯ୍ୟାପ୍ତ ଶୌଚାଳୟ ନାହିଁ। ଯାହାବି ଅଛି କେତେକ ଅଚଳ ଅବସ୍ଥାରେ ଥିବା ବେଳେ ଆଉ କିଛି ଅପରିଷ୍କାର ଅବସ୍ଥାରେ ଅଛି। ସରକାର ଏହି ସମସ୍ୟା ସମାଧାନ ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ। ମହିଳା ମାନେ ଶୌଚାଳୟ ଅବ୍ୟବସ୍ଥା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଶ୍ରୀ ମନ୍ଦିର କୁ ଆସିଥିବା ପିତାମ୍ବର ଲେଙ୍କା ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ସପରିବାର ଶ୍ରୀ ମନ୍ଦିର କୁ ଆସିଥିଲୁ। ଜଗନ୍ନାଥ୍ ବଲ୍ଲଭ ମଲ୍ଟି ଲେବଲ ପାର୍କିଂ ରେ ଗାଡି ରଖିଲୁ। ହେଲେ ଏଠାରେ ଥିବା ସବୁ ଶୌଚାଳୟ ରେ ତାଲା ଝୁଲୁଛି। ଜଣେ ପର୍ଯ୍ୟଟକ ଙ୍କୁ ଶୌଚ ହେବାକୁ ହେଲେ ସେ କୋଉଠି କୁ ଯିବ ? ପାର୍କିଂ ଦାୟିତ୍ଵ ନେଇଥିବା ସଂସ୍ଥା କଣ କାର୍ଯ୍ୟ କରୁଛି ସେ ନେଇ ପ୍ରଶ୍ନ ଉଠୁଚି ? ଆମେ ଗାଡ଼ି ପାର୍କିଂ ପାଇଁ ଟଙ୍କା ଦେଉଛୁ। ହେଲେ ଆମକୁ ଶୌଚାଳୟ ଭଳି ସର୍ବନିମ୍ନ ସୁବିଧା ଦିଆଯାଉନାହିଁ। ଯାହାକି ଦୁଃଖ ର କଥା। ଶୌଚାଳୟ ବନ୍ଦ ଥିବାରୁ ମହିଳା ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପୁରୀ ପ୍ରଶାସନ ପାର୍କିଂ ରେ ଥିବା ଶୌଚାଳୟ ବ୍ୟବସ୍ଥା କୁ କାର୍ଯ୍ୟକାରୀ କରିବାକୁ ଆମେ ଅନୁରୋଧ କରୁଚୁ।ପୁରୀ ସହର ବାସିନ୍ଦା ତଥା ସାମାଜିକକର୍ମୀ ବିସ୍ମୟ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ହେଉଚି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ। ହେଲେ ସେହି ଅନୁଯାୟୀ କାର୍ଯ୍ୟ ଦେଖିଲେ ସମ୍ପୂର୍ଣ ଠପ୍ ହୋଇ ଯାଇଛି। ମୋ ମତ ରେ ପୁରୀ ପୌର ସଂସ୍ଥା ଏକ ଅପାରଗ ସଂସ୍ଥା। ଯେଉଁଠି ଦେଖଲେ ସେଠୀ ଅଳିଆ। ସ୍ୱଚ୍ଛତା କେବଳ ପ୍ରଚାର ରେ ରହିଯାଇଛି। ପୁରୀ ସହର ରେ ଥିବା ସବୁ ଶୌଚାଳୟ ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ବଡ ଦାଣ୍ଡ, ବେଳାଭୂମି ରେ ଶୌଚାଳୟ ଅଚଳ ଅବସ୍ଥାରେ। ଜଗନ୍ନାଥ୍ ବଲ୍ଲଭ ପାର୍କିଂ ରେ ଶୌଚାଳୟ ରେ ତାଲା ଝୁଲୁଛି। ଅନେକ ଶୌଚାଳୟ ସଫେଇ ହେଉନି। ଏଣୁ ଏହା ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଛି। ଏହା ଦ୍ଵାରା ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଶୌଚ ହେବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏକ ଖରାପ ଅନୁଭୂତି ନେଇ ଯାଉଛନ୍ତି। ସ୍ୱଚ୍ଛତା କୁ ନେଇ ପୁରୀ ସହର ନିନ୍ଦିତ ହେଉଛି। ହେଲେ ପୌର ପାଳିକା ର ନିନ୍ଦ ଭାଙ୍ଗୁନି। ସ୍ୱଚ୍ଛତା ନାମରେ କେବଳ ପ୍ରହସନ ଚାଲିଥିବା ବେଳେ ଏହି କାର୍ଯ୍ୟ ରେ ଟଙ୍କା ହରିଲୁଟ ହେଉଚି। ଆମେ ସାମାଜିକ କର୍ମୀ ମାନେ ଶୌଚାଳୟ ଅବ୍ୟବସ୍ଥା ନେଇ ବାରମ୍ବାର ପୌର ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି। ପୁରୀ ପୌର ପାଳିକା ଏବେ ସମ୍ପୂର୍ଣ ଅଚଳ। ଜେହେତୁ ଦୀର୍ଘ ବର୍ଷ ହେବ ପୌର ପାଳିକା ନିର୍ବାଚନ ହୋଇନାହିଁ କେହି ଲୋକ ପ୍ରତିନିଧି ନାହାନ୍ତି। ଅଫିସର ମାନେ ତାଙ୍କ ମନ ଇଚ୍ଛା କାର୍ଯ୍ୟ କରୁଥିବା ବେଳେ ବ୍ୟାପକ ଦୁର୍ନୀତି ଚାଲିଚି। ଆଉ ଏପଟେ ଶୌଚାଳୟ ଅବ୍ୟବସ୍ଥା କୁ ନେଇ ପୁରୀ ସହର ନିନ୍ଦିତ ହେଉଚି। ସରକାର ମୋର ଅନୁରୋଧ ଏ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ।ପୁରୀ ପୌର ପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀ ସହରରେ ମୋଟ ୩୨ ଟି ଶୌଚାଳୟ ଅଛି। ଗତ ରଥଯାତ୍ରା ସମୟରେ ଏଗୁଡ଼ିକ ମରାମତି ହୋଇଥିଲା। ତେବେ କେତେକ ଶୌଚାଳୟ ଏବେ ଅବ୍ୟବସ୍ଥା ରେ ଅଛି। ଖୁବ୍ ଶୀଘ୍ର ଏଗୁଡିକୁ ଠିକ୍ କରିଦିଆଯିବ। ବଡ ଦାଣ୍ଡ ରେ ଆଉ କିଛି ଶୌଚାଳୟ ନିର୍ମାଣ ପାଇଁ ଯୋଜନା କରିଚୁ। ବେଳାଭୂମି ସହିତ ଅନ୍ୟ ଯେଉଁ ସ୍ଥାନରେ ଶୌଚାଳୟ ଆବଶ୍ୟକ ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ। ବେଳାଭୂମି ରେ ଯେଉଁ ଶୌଚାଳୟ ବନ୍ଦ ରହିଚି ସେଗୁଡିକୁ ବିଦ୍ୟୁତ୍ ସଂଯୋଗ ପରେ ଠିକ୍ କରିଦିଆଯିବ। ତେବେ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ବନ୍ଦ ରହିଥିବା ଶୌଚାଳୟ କୁ ମଧ୍ୟ ଶ୍ରୀ ମନ୍ଦିର ପ୍ରଶାସନ କୁ କୁହାଯାଇ କାର୍ଯ୍ୟକ୍ଷମ କରାଯିବ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *