ପୁରୁଷୋତ୍ତମପୁର ବ୍ଲକ୍ ର ରାଇପୁର ଠାରେ ବିଶ୍ବ ମାନବ ଅଧିକାର ଦିବସ ପାଳିତ
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ରାଇପୁର ପଞ୍ଚାୟତରେ ବିଶ୍ବ ମାନବ ଅଧିକାର ଦିବସ ଖୁବ୍ ନିଆର ଢଙ୍ଗରେ ପାଳିତ ହୋଇଯାଇଛି । ଗ୍ରାମବାସୀ ଓ ପଞ୍ଚାୟତ ଅଫିସ୍ ସୌଜନ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନବ ଅଧିକାର ମିଶନ ରାଜ୍ୟ ସଭାପତି ଦିଲ୍ଲିପ ଧଳ , ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଭାପତି ମହିଳା ଶାଖାର ଶ୍ରୀମତୀ ଆରତୀ ମଙ୍ଗରାଜ ମାନବାଧିକାର ମିଶନ୍ ର ଜିଲ୍ଲା ସଭାପତି ଲୋକନାଥ ତ୍ରିପାଠୀ ,ଉପ-ସଭାପତି ଅଶୋକ ବିଶ୍ଵାଳ,ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ,ସମ୍ପାଦକ ଶିବ ଶଙ୍କର ବେହେରା, ସମାଜସେବୀ ବାପୁଜୀ ରଣା, ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହି ମାନବ ଅଧିକାର ଦିବସ ଉପଲକ୍ଷେ ସମସ୍ତ ଜନ ସାଧାରଣଙ୍କୁ ଅତିଥି ବୃନ୍ଦ ମୌଳିକ ଅଧିକାରରୁ କିପରି ବଞ୍ଚିତ ନ ହେବେ ତଥା ମାନବ ଅଧିକାର ସର୍ବୋଚ୍ଚ ନ୍ୟାୟ ତଥା ସଭିଙ୍କ ଅଧିକାର ବୋଲି ମତବ୍ୟକ୍ତ କରିଥିଲେ । ମାନବ ଅଧିକାର ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ କହିଥିଲେ, ଯେ’ ଯେଉଁ ଠାରେ ଆପଣଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଏଵଂ ଅବିଚାର, ଅସଦଆଚରଣ ହେଉଛି, ସେ ଠାରେ ଆମକୁ ଲିଖିତ ଭାବରେ ଜଣାଇ ପାରିବେ କିମ୍ଵା ଆଇନ ର ଆଶ୍ରୟ ନେବାକୁ ସଚେତନତା କରଯାଇଛି । କେବେ ବି ଆଇନକୁ ହାତକୁ ନ ନେବା ପାଇଁ ଅତିଥି ବୃନ୍ଦ ପରାମର୍ଶ ଦେବା ସାଂଗକୁ ଅନେକ ଆଇନ ଉପରେ ଅତିଥିଗଣ ସଚେତନତା କରିଥିଲେ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )