February 5, 2026
Home » ପୂର୍ବତନ ଆଇ.ପି.ଏସ୍ ଅଧିକାରୀ ସ୍ଵର୍ଗତ ଶ୍ରୀ ସୁଶୀଲ କୁମାର ପ୍ରଧାନଙ୍କ ବିୟୋଗରେ ଶୋକ ସଭା

ପୂର୍ବତନ ଆଇ.ପି.ଏସ୍ ଅଧିକାରୀ ସ୍ଵର୍ଗତ ଶ୍ରୀ ସୁଶୀଲ କୁମାର ପ୍ରଧାନଙ୍କ ବିୟୋଗରେ ଶୋକ ସଭା

0
WhatsApp Image 2026-01-12 at 8.27.23 PM

ଏହି ଉପଲକ୍ଷେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସ୍ଵର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆଇ.ପି.ଏସ୍ ସଂଘ ପକ୍ଷରୁ ସ୍ଵର୍ଗତ ପ୍ରଧାନଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।ଶୋକ ସଭାକୁ ସମ୍ବୋଧନ କରି ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ ସ୍ଵର୍ଗତ ପ୍ରଧାନ ଜଣେ ଦକ୍ଷ, କର୍ମଠ ଏବଂ ସମର୍ପିତ ଆଇ.ପି.ଏସ୍ ଅଧିକାରୀ ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିଲେ। ନିଜ ଦୀର୍ଘ ଚାକିରିଜୀବନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ସେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରି ଓଡିଶା ପୋଲିସର ମର୍ଯ୍ୟାଦା ଓ ସୁନାମ ବଢ଼ାଇଥିଲେ। ତାଙ୍କ ବିୟୋଗ ସମାଜ ଏବଂ ପୋଲିସ ବିଭାଗ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଥିଲେ। ଏହାସହିତ ସ୍ଵର୍ଗତ ପ୍ରଧାନଙ୍କ ସହ ଜଡିତ କିଛି ଅଭୁଲା ସ୍ମୃତିକୁ ମଧ୍ୟ ଡିଜିପି ସ୍ମରଣ କରିଥିଲେ।ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ଶୋକ ସଭାରେ ଉପସ୍ଥିତ ରହି କହିଥିଲେ ଯେ, ସ୍ଵର୍ଗତ ପ୍ରଧାନ ଜଣେ କର୍ମଠ, ଦକ୍ଷ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଆଇନ ଓ ଶାସନ ବ୍ୟବସ୍ଥା ପରିଚାଳନାରେ ତାଙ୍କର ଉତ୍କୃଷ୍ଟତା ସର୍ବଦା ସ୍ୱୀକୃତିପ୍ରାପ୍ତ ଥିଲା ଏବଂ ଜଟିଳ ପରିସ୍ଥିତିରେ ତାଙ୍କର ସୁଦୃଢ଼ ନେତୃତ୍ୱ ସମସ୍ତଙ୍କୁ ପ୍ରେରଣା ଦେଇଆସିଥିଲା ବୋଲି ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭରେ ରାଜ୍ୟ ଆଇ.ପି.ଏସ୍ ସଂଘର ସମ୍ପାଦକ ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସ୍ଵର୍ଗତ ପ୍ରଧାନଙ୍କ ଚାକିରି ଜୀବନ ଉପରେ ଆଲୋକପାତ କରିଥିଲେ। ତାଙ୍କର ନିଷ୍ଠାପୂର୍ଣ୍ଣ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସେ ରାଷ୍ଟ୍ରପତି ପୋଲିସ ପଦକ ଓ ରାଜ୍ୟପାଳ ପଦକ ଭଳି ଗରିମାମୟ ସମ୍ମାନରେ ସମ୍ମାନିତ ହୋଇଥିବା କଥା ସେ ଉଲ୍ଲେଖ କରିଥିଲେ।

ଏହି ଶୋକ ସଭାରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ) ଶ୍ରୀ ଦୟାଲ ଗଙ୍ଗୱାର, ଆଇ.ଜି.ପି. (କାର୍ମିକ) ଶ୍ରୀ ଏସ୍‌. ପ୍ରବୀଣ କୁମାର, ଆଇ.ଜି.ପି. (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡ଼ଙ୍ଗୀ, ଡିଆଇଜି (ପ୍ରୋଭିଜନିଂ) ଶ୍ରୀ ଚରଣ ସିଂ ମୀନା, ଡିଆଇଜି (କାର୍ମିକ) ଶ୍ରୀ ବି. ଯୁଗୋଳ କିଶୋର, ଡିଆଇଜି (କ୍ରାଇମବ୍ରାଞ୍ଚ) ଶ୍ରୀ ବି. ଗଙ୍ଗାଧର, ଡିସିପି କଟକ ଶ୍ରୀ ଋଷିକେଶ ଧ୍ୟାନଦେଓ ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ।ଶୋକ ସଭାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *