ପୂର୍ବତନ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ ଗଣପତି ପ୍ରଧାନୀ ଙ୍କ ପରଲୋକ।
ଧର୍ମଗଡ ବ୍ଲକ ଛିଲିପା ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଗଣପତି ପ୍ରଧାନୀ ଙ୍କ ଧର୍ମଗଡ ସ୍ଥିତ ନିଜ ବାସଭବନ ରେ ଆଜି ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।ଗତ କିଛି ଦିନ ଧରି ସେ ଅସୁସ୍ଥ ରହି ଚିକିତ୍ସିତ ହେଉ ଥିଲେ।
ମୃତ୍ୟୁ ସମୟ ରେ ନିକଟ ରେ ଦୁଇ ପୁତ୍ର ରୋମାଞ୍ଚଳ ପ୍ରାଧନୀ, ନବୀନ ପ୍ରଧାନୀ ଙ୍କ ସମେତ ତିନି ଝିଅ ଜ୍ବାଇଁ ନାତି ନାତୁଣୀ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।ପୁର୍ବତନ ଧର୍ମଗଡ ବିଧାୟକ ସ୍ବର୍ଗତ ବୀର ସିପକା ଙ୍କ ର ସେ ଘନିଷ୍ଠ ସହଯୋଗୀ ଥିଲେ। ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ତାଙ୍କର ମଧ୍ୟ ଭୂମିକା ରହିଥିଲା। ସେ ଜଣେ ମେଳାପି ଓ ଖୁସ୍ ମିଜାଜ୍ ର ଲୋକ ହୋଇଥିବାରୁ ତାଙ୍କର ବିୟୋଗରେ ଅଞ୍ଚଳ ରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
