December 3, 2025
Home » ପୂର୍ବତନ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୮ତମ ଜନ୍ମ ବାର୍ଷିକୀ ପାଳନ

ପୂର୍ବତନ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୮ତମ ଜନ୍ମ ବାର୍ଷିକୀ ପାଳନ

0
WhatsApp Image 2025-08-06 at 6.05.35 PM

ବ୍ରହ୍ମପୁର ଟାଟା ବେଞ୍ଜ୍ ଛକ ସ୍ଥିତ କେ.ସି. ପବ୍ଲିକ ସ୍କୁଲରେ ଖଲ୍ଲିକୋଟର ରାଣୀ ସାହେବା ତଥା ପୂର୍ବତନ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୮ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ରାଣୀ ସାହେବାଙ୍କ ଜୀବନୀ, ସଂଘର୍ଷ ଓ ରାଜନୈତିକ ଅଭିସନ୍ଧି ବିଷୟରେ ଅବଗତ କରାଇ ରାଣୀ ସାହେବାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସେହିପରି ସନ୍ଧ୍ୟାରେ ସ୍କୁଲର ପ୍ରତିଷ୍ଠା ଦିବସ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଣୀ ସାହେବାଙ୍କ ଫୋଟ ଚିତ୍ରରେ ପୁଷ୍ପମାଳ ଅର୍ପଣ ସହ ଧୂପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଚଳିତ ଶିକ୍ଷା ବର୍ଷର ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷାରେ ସର୍ବାଉତ୍ତମ ନମ୍ବର ରଖି ସଫଳତା ହାସଲ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଓ ସ୍ମୃତି ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରାଣୀ ସାହେବାଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ବକୃତା ସହ ସଙ୍ଗୀତ, ନୃତ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଯାହାକୁ ଅଭିଭାବକ ମାନେ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନାରେ କରୁଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *