February 5, 2026
Home » ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ମାନସ ସାହୁଙ୍କ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ

ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ମାନସ ସାହୁଙ୍କ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ

0
Screenshot 2026-01-15 150828

ପୋଙ୍ଗଲ ଓ ମକର ସଂକ୍ରାନ୍ତିର ପବିତ୍ର ଅବସରରେ, ପ୍ରସିଦ୍ଧ ବାଲୁକା କଳାକାର ମାନସ ସାହୁ ପୁରୀ ଜଗନ୍ନାଥ ଧାମର ପବିତ୍ର ପରିବେଶରେ ଏକ ରଙ୍ଗିନ ଓ ଆକର୍ଷଣୀୟ ବାଲୁକା ଆନିମେସନ ସୃଷ୍ଟି କରିଛନ୍ତି।ଭକ୍ତି ଓ କଳାତ୍ମକ ସୌନ୍ଦର୍ୟର ସହିତ ତିଆରି ହୋଇଥିବା ଏହି ବିଶେଷ ଆନିମେସନ ଫସଲ ଉତ୍ସବ, କୃତଜ୍ଞତା ଏବଂ ସାଂସ୍କୃତିକ ଏକତାର ଉତ୍ସବମୟ କୁ ସୁନ୍ଦର ଭାବେ ପ୍ରତିଫଳିତ କରେ। ମାତ୍ର ୨ ରୁ ୩ ମିନିଟ୍‌ ମଧ୍ୟରେ ଏହି କଳାକୃତି ସମ୍ପୂର୍ଣ୍ଣ କରାଯାଇଥିଲା, ଯାହା ମାନସ ସାହୁଙ୍କର ଅସାଧାରଣ ଦ୍ରୁତଗତି, ଦକ୍ଷତା ଓ ବାଲୁକା ଆନିମେସନ କଳାରେ ତାଙ୍କର ପାରଦର୍ଶିତାକୁ ପ୍ରମାଣିତ କରେ।ଏହି କଳା ମାଧ୍ୟମରେ କଳାକାର ସମଗ୍ର ଦେଶରେ ଏହି ପର୍ବ ର ଶୁଭେଚ୍ଛା ଜ୍ଞାପନ କରିବା ସହିତ ସମସ୍ତଙ୍କୁ ସମୃଦ୍ଧି, ସୁଖ ଓ ସୌଭାଗ୍ୟର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି|

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *