April 3, 2026
Home » ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେଲେ ବସନ୍ତ କୁମାର ନାୟକ

ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେଲେ ବସନ୍ତ କୁମାର ନାୟକ

0
WhatsApp Image 2026-04-03 at 12.58.54 PM (1)

ପାରାଦୀପ:ପାରାଦୀପର ସର୍ବପୁରାତନ ଶିକ୍ଷାନୁଷ୍ଠାନ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାଶ (ଭାରପ୍ରାପ୍ତ) ମଙ୍ଗଳବାର ଦିନ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ଦାଶଙ୍କ ଅବସର ଗ୍ରହଣ ପରେ ନୂତନ ପ୍ରଧାନ ଶିକ୍ଷକ (ଭାରପ୍ରାପ୍ତ) ଭାବେ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ପାରାଦୀପ ବନ୍ଦର ର୍କୃପକ୍ଷ ।

ମଙ୍ଗଳବାର ଦିନ ପାରାଦୀପ ବନ୍ଦର ସଚୀବ କ୍ରୀଷ୍ଣା ବାପି ରାଜୁ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ନୂତନ ପ୍ରଧାନ ଶିକ୍ଷକ (ଭାରପ୍ରାପ୍ତ) ଭାବେ ଶ୍ରୀ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ଅବସର ଗ୍ରହଣ ପରେ ଶ୍ରୀ ଦାଶ ନୂତନ ପ୍ରଧାନ ଶିକ୍ଷକ(ଭାରପ୍ରାପ୍ତ) ବସନ୍ତ କୁମାର ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତରିତ କରିବା ପରେ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ନାୟକ ପୋର୍ଟ ଟ୍ରଷ୍ଟ ହାଇସ୍କୁଲର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *