March 20, 2026
Home » ପୋଲସରାରେ ଚତୁର୍ଥ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିରରେ ୧୧୨ ଜଣ ଯୋଗଦେଲେ

ପୋଲସରାରେ ଚତୁର୍ଥ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିରରେ ୧୧୨ ଜଣ ଯୋଗଦେଲେ

0
WhatsApp Image 2026-03-19 at 6.57.59 PM

ପୋଲସରା,ପୋଲସରା ବେଲଗାଁ ପଞ୍ଚାୟତ କନକଦୁର୍ଗା ବିଦ୍ୟାପୀଠ ଠାରେ ଚତୁର୍ଥ ପର୍ଯ୍ୟାୟ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ ପ୍ରବୋଧନ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଶ୍ୱନାଥ ମାଝୀଙ୍କ ପୌରୋହିତ୍ୟ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗାଙ୍କ ତତ୍ତ୍ଵାବଧାନରେ ଏଵଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ୱରୂପ କୁମାର ପାତ୍ରଙ୍କ ଉପସ୍ଥିତିରେ ଚଳିତ ମାସ ୧୮ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକର ମୋଟ୍ ୧୧ ଗୋଟି କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ୧୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାଲିମ ନେଉଛନ୍ତି।
ବିଦ୍ୟାଳୟ ଶିକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଓଡ଼ିଶା ପାଠ୍ୟକ୍ରମ ରୂପରେଖ-୨୦୨୫ (ଓଏସିଏଫଏସଇ-୨୦୨୫) କୁ ଆଧାର କରି ୫୫ ଖଣ୍ଡ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧରେ ବି.ଆର.ଜି ନିରଞ୍ଜନ ବେହେରା, ସୁରେନ୍ଦ୍ର ସେଠୀ, ଶାନ୍ତନୁ କୁମାର ସ୍ୱାଇଁଙ୍କ ସମେତ ଶିକ୍ଷକ ପଞ୍ଚାନନ ସେଠୀ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଉଛନ୍ତି। ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ତାଲିମ ଶିବିରରେ ୨୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ନେଇସାରିଥିବା ବିଇଓ କାର୍ଯ୍ୟାଳୟରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *