February 8, 2026
Home » ପୋଲିସ ଉପସ୍ଥିତି ରେ ବିଜେପି କର୍ମୀ ମାନେ ଚାଷୀ ନେତାଙ୍କୁ ମାଡ ମାରିଥିବା ଅଭିଯୋଗ ରେ ଥାନାର ଦ୍ବାରସ୍ଥ ହେଲେ ଚାଷୀ ନେତା

ପୋଲିସ ଉପସ୍ଥିତି ରେ ବିଜେପି କର୍ମୀ ମାନେ ଚାଷୀ ନେତାଙ୍କୁ ମାଡ ମାରିଥିବା ଅଭିଯୋଗ ରେ ଥାନାର ଦ୍ବାରସ୍ଥ ହେଲେ ଚାଷୀ ନେତା

0
WhatsApp Image 2026-01-12 at 11.20.35 AM

ସୁବର୍ଣ୍ଣପୁର —ରଣକ୍ଷେତ୍ର ପାଲଟିଯାଇଥିଲା ରାମେଶ୍ବର ଷ୍ଟାଡିୟମ୍ । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ବାଡିଆପିଟା ହେଲେ ବିଜେପି କର୍ମୀ ଓ ଚାଷୀ ନେତା । ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଲେ ଛାଡ଼ିଦିଅ ବାବୁ । ହେଲେ ଶୁଣିଲେନି ତାଙ୍କର କର୍ମୀ । ବିଜେପି କର୍ମୀ ଙ୍କ ଚୌକି ମାଡ । ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇଥିଲେ । ତେବେ ସେ ନିଜର ଭାଷଣ ଦେବା ପାଇଁ ମଞ୍ଚକୁ ଉଠିବା ସମୟରେ ଉପସ୍ଥିତ ଥିବା ଚାଷୀନେତା ମାନେ ଉପ ମୁଖ୍ୟ ମନ୍ତ୍ରୀ ଙ୍କୁ ଗୋ ବ୍ୟାକ ବୋଲି ନାରା ଦେଇଥିଲେ । ତେବେ ଏହା ଦେଖିବା କ୍ଷଣି ରାଗ ଜର୍ଜରିତ ହୋଇ ଉପମୁଖ୍ୟ ମନ୍ତ୍ରୀ ଙ୍କ ସମର୍ଥକ ତଥା ବିଜେପି ଦଳର କର୍ମୀ ମାନେ ସେମାନଙ୍କ ପ୍ଲା କାର୍ଡ ଲୁଟି ନେଇ ତାଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଉଭୟ ଙ୍କ ମଝିରେ ଆରକ୍ଷୀ ଅଧିକ୍ଷକ ନିଜେ ଉପସ୍ଥିତ ରହି ମନା କରୁଥିଲେ ହେଁ କେହି କାହାରି କଥା ଶୁଣି ନଥିଲେ । ବାସ୍ ଏମିତିରେ ରଣ କ୍ଷେତ୍ର ପାଲଟିଥିଲା ରାମେଶ୍ବର ପଡିଆ । ପରବର୍ତ୍ତୀ ସମୟରେ ଚାଷୀ ନେତା ଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଚାଷୀ ନେତା ପ୍ରଦ୍ୟୁମ୍ନ ପାଢ଼ୀ, ସୋନାଲି ବିଶି ଙ୍କ ସହ ଅନେକ ଚାଷୀ ନେତା ସୋନପୁର ପୋଲିସ ଥାନା ଯାଇ କେସ ରୁଜ୍ଜୁ କରିବା ସହ ଚାଷୀ ଙ୍କୁ ଆକ୍ରମଣ କରିଥିବା ବିଜେପି କର୍ମୀ ଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସୁବର୍ଣ୍ଣପୁର ରେ କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ଙ୍କ ଅନ୍ୟତ୍ର ବଦଳି ଦାବୀ କରିଛନ୍ତି। ଖୋଦ୍ ଆରକ୍ଷୀ ଅଧିକ୍ଷକ ଗାମୁଛା ରେ ଭିଡ଼ି ଟାଣି ଟାଣି ଜଣେ ଚାଷୀ ଙ୍କୁ ଆଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ବିଜେପି କର୍ମୀ ଚାଷୀ ଙ୍କୁ ମାଡ ମାରିଥିବା ବେଳେ ତାଙ୍କୁ ଗିରଫ ନ କରି ଚାଷୀ ନେତାଙ୍କୁ ଥାନା ରେ ଅଟକ ରଖିଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ରେ ଲାଗିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *