February 14, 2026
Home » ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

ପ୍ରଜ୍ବଳିତ ହେଲା ବୃହତ୍ ଜଗତ ମଙ୍ଗଳ ଜାଗର ଦୀପ

0
WhatsApp Image 2026-02-13 at 7.48.55 PM

 

ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶୁକ୍ରବାର ପୁରୀସ୍ଥିତ ଶ୍ରୀଲୋକନାଥଙ୍କ ପୀଠରେ 16ତମ ବୃହତ ଜଗତମଙ୍ଗଳ ଜାଗର ଦୀପ ପ୍ରଜ୍ବଳିତ ହୋଇଛି | ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭୀରାରୁ ଦୀପ ଆସି ଏହି ବୃହତ୍ ଦୀପ ପ୍ରଜ୍ବଳନ କରାଯାଇଥିଲା। ଉତ୍ସବରେ ସମ୍ମାନିତ ଅତିଥ୍ ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଉପଜିଲାପାଳ ରାଜକିଶୋର ଜେନା ଏବଂ ଅତିରିକ୍ତ ଏସ୍‌ପି ସୁଶିଲ ମିଶ୍ର ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରିଥିଲେ। ପୂର୍ବରୁ ଏହି ବୃହତ ଦୀପ ମାଟିରେ ପ୍ରସ୍ତୁତ କରାଯ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେବ ଏହା ଅଷ୍ଟଷ୍ଟଧାତୁରେ ନିର୍ମିତ ହୋଇଛି। ପ୍ରାୟ ୬ଫୁଟ ଲମ୍ବ, ୪ଫୁଟ ଓସାର ଏବଂ ୩ଫୁଟ ଗଭୀର ବିଶିଷ୍ଟ ଏହି ଦୀପ ରେ ଏକାଥରେ ଦେଢ଼ କୁଇଣ୍ଟାଲ ଘିଅ ଜଳାଯିବ। ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀଲୋକନାଥ ନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ଵଳିତ ହେବ। ୬ଇଞ୍ଚ ‘ ଚଉଡ଼ା ଏବଂ ୧୦ ମିଟର ଲମ୍ବର ବଳିତା ଏହି ଦୀପରେ ବ୍ୟବହାର କରାଯିବ। ବିଶ୍ବ ଶାନ୍ତି ତଥା ଜଗତ କଲ୍ୟାଣ କଲ୍ୟାଣ ଉଦ୍ଦେଶ୍ୟରେ ଏହି ଦୀପ ପ୍ରତ୍ୟେକ ବର୍ଷ ବର୍ଷ ଶ୍ରୀଲୋକନାଥଙ୍କ ପୀଠରେ ପ୍ରଜ୍ବଳନ କରାଯାଉଥିବା ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *