November 20, 2025
Home » ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ଝରିଣୀର ଶୁଭ ଉଦଘାଟନ

ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ଝରିଣୀର ଶୁଭ ଉଦଘାଟନ

0
WhatsApp Image 2025-11-15 at 4.46.31 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁମାନଙ୍କ ପାଇଁ ଉତ୍ସର୍ଗିତ ସୃଜନୀବୋର୍ଡ ନିର୍ଝରିଣୀର ଶୁଭ ଉଦଘାଟନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ଶିଶୁ ସାହିତ୍ୟିକ ଡ.ରମେଶ ପତ୍ରୀ ଶିଶୁମାନଙ୍କ ଭିତରେ ଥିବା ପ୍ରତିଭାର ଅନ୍ୱେଷଣ କରି ପାରିଲେ, ତାହା ତାଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସ୍ବତନ୍ତ୍ର ଅତିଥି ସାହିତ୍ୟିକ ଅକ୍ଷୟ ବାଗ ଶିଶୁ ହସିଲେ ଦୁନିଆ ହସି ଉଠିବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ସାହିତ୍ୟିକ ତଥା କବି ବନବାସ ମେହେର ଶିଶୁର ସର୍ବାଙ୍ଗୀନ ଉନ୍ନତି ଶିକ୍ଷକ ତଥା ଅଭିଭାବକଙ୍କ ବ୍ରତ ହେବା ଉଚିତ ବୋଲି ମତପୋଷଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା ମହାରଣା ତଥା ବନପାଳ ଜନାର୍ଦ୍ଦନ ସ୍ବାଇଁ ଶିଶୁମାନଙ୍କ ଆଗ୍ରହ ଉତ୍ସାହ ଦେଖି ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ରେଡ଼୍‌କ୍ରସ ପରାମର୍ଶ ଦାତା ଗୋପେଶ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅକ୍ଷୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥି ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସୃଜନଶୀଳ ଲେଖନର ବିକାଶ ପାଇଁ ଏକ ସୃଜନି ବୋର୍ଡ “ନିର୍ଝରିଣୀ”ର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ଗୀତା ଆବୃତି କରିବା ସହ ସ୍ଵାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ଛାତ୍ରମାନେ ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ, ଯାହାକି ସମସ୍ତଙ୍କ ଦ୍ବାରା ଆଦୃତ ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ ମହେନ୍ଦ୍ରୀ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମଣ ମେହେର, ଗ୍ରାମୋତ୍ଥାନର ସୁବଳ ମେହେର ଏବଂ ଆନ୍ନା ଖେସ, ଶ୍ରୀତିକା ଦାଶ ଏବଂ ସମାଜସେବୀ ଅମନ ମହାପାତ୍ର, ଅଭିଭାବକ ହୃଷୀକେଶ ବାଘ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *