July 5, 2025
Home » ପ୍ରତିକାର ପରିବାର ପକ୍ଷରୁ ୫୯ତମ ଜାତୀୟ ପ୍ରେସ ଦିବସ ପାଳିତ

ପ୍ରତିକାର ପରିବାର ପକ୍ଷରୁ ୫୯ତମ ଜାତୀୟ ପ୍ରେସ ଦିବସ ପାଳିତ

0
WhatsApp Image 2024-11-19 at 2.52.58 PM

ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ସ୍ଥିତ ବୁଲନ ଭାଇ ଭବନ ପରିସରରେ ୫୯ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏକ ସ୍ବାଧିନ ଏବଂ ସମ୍ବେଦନଶୀଳ ସମାଜରେ ଲୋକଙ୍କ ମୌଳିକ ଅଧିକାରକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଓ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏକ ମୁକ୍ତ ଓ ଦାୟିତ୍ବଶୀଳ ଗଣମାଧ୍ୟମର ପ୍ରତୀକ ରୂପେ ନଭେମ୍ବରରେ ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଏ। ୧୯୯୯ ମସିହା ନଭେମ୍ବର ମାସ ୧୬ ତାରିଖରେ ଭାରତରେ ପ୍ରଥମେ ପ୍ରେସ କାଉନସିଲ କାମ ଆରମ୍ଭ କରିଥିଲା। ସେହିଦିନଠାରୁ ପ୍ରତିବର୍ଷ ଭାରତୀୟ ପ୍ରେସ ଦିବସ ପାଳିତ ହୋଇ ଆସୁଅଛି। ପ୍ରେସ କାଉନସିଲ ସାମଗ୍ରିକ ଭାବେ ଏହି ଜାଗ୍ରତ ଓ ନୈତିକ ପ୍ରହରୀ, ଯାହାର ୨ଟି ମୁଖ୍ୟଲକ୍ଷ୍ୟ ରହିଛି। ୧ରେ ଗଣମାଧ୍ୟମର ମାନ ବଜାୟ ରଖିବା ଓ ୨ୟରେ ଏହାକୁ ବାହ୍ୟ ଚାପ ପ୍ରଭାବରୁ ମୁକ୍ତ ରଖିବା। ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ । ଗଣତନ୍ତ୍ରରେ ଗଣ ଅର୍ଥାତ୍ ଲୋକମାନଙ୍କ ଆଶା, ଆକାଂକ୍ଷା, ଅନୁଭବ ଓ ଅଭିଜ୍ଞତା କୁ ଗଣମାଧ୍ୟମ ଉପସ୍ଥାପନ କରିଥାଏ।ଏହି ଅବସରରେ ଦୈନିକ ଖବରକାଗଜ ପ୍ରତିକାରର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜର ସମ୍ପାଦକ ଡ଼.ପ୍ରଭାସ ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥି ଭାବେ ଡ଼. ନାରାୟଣ ତ୍ରୀପାଠୀ ଅବସରପ୍ରାପ୍ତ ଲେବର କମିଶନର,
ଜି.କେ ମହାପାତ୍ର, ଡ଼. ପ୍ରଶାନ୍ତ ବିଶ୍ବାଳ ବିଶିଷ୍ଟ ସାହିତ୍ୟିକ, ଶ୍ରୀଯୁକ୍ତ ଜତୀନ ଦାସ ବରିଷ୍ଠ ସାମ୍ବାଦିକ, ଶ୍ରୀଯୁକ୍ତ ଅଧିର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନେ ଏହି ଅବସରରେ ଉପସ୍ଥିତ ସାମ୍ବାଦିକ ମାନଙ୍କ ପାଖରେ ନିଜସ୍ଵ ମତ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଫୁଲତୋଡ଼ା, ମାନପତ୍ର ଦେଇ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ପ୍ରମୋଦ ପରିଡ଼ା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *