July 7, 2025
Home » ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ଏକ୍ସିଲେନ୍ସି ଆୱାର୍ଡ଼ ୨୦୨୪ ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କିର୍ତ୍ତୀ ଭାସନ

ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ଏକ୍ସିଲେନ୍ସି ଆୱାର୍ଡ଼ ୨୦୨୪ ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କିର୍ତ୍ତୀ ଭାସନ

0
WhatsApp Image 2025-04-21 at 5.14.38 PM

ବର୍ଷା ୨୦୨୪ ଓଡିଶାର କୋରାପୁଟ ଜିଲ୍ଲାକୁ ‘ହୋଲିଷ୍ଟିକ୍ ଡେଭଲପମେଣ୍ଟ୍’ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ଜିଲ୍ଲା ଯାହାକି ରାଜ୍ୟ ପ୍ରଶାସନର ଉତ୍କର୍ଷତା ପାଇଁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇ ରାଜ୍ୟ ପାଇଁ ଗର୍ବିତ କରିପରିଛି । କୋରାପୁଟର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଭି କିର୍ତ୍ତୀ ଭାସନଙ୍କୁ ୨୧ଏପ୍ରିଲ ୨୦୨୫ ତାରିଖ ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ ସର୍ଭିସ ଡେ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।

ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ହେଉଛି କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ ଦିଗରେ ପ୍ରୟାସର ଏକ ଉଲ୍ଲେଖନୀୟ ସ୍ୱୀକୃତି । ଏହି ପୁରସ୍କାର କେବଳ ଜିଲ୍ଲା ପାଇଁ ଗର୍ବ ଆଣିବ ନାହିଁ ବରଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ବ୍ୟତିକ୍ରମ କାର୍ଯ୍ୟକୁ ମଧ୍ୟ ଆଲୋକିତ କରିବ ।
ଶାସନରେ ଉତ୍କର୍ଷତା ଏବଂ ନୂତନତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୁରସ୍କାରର ଲକ୍ଷ୍ୟ ରହିଛି ଏବଂ କୋରାପୁଟ ଜିଲ୍ଲାର ଚୟନ ହେଉଛି ସାମଗ୍ରିକ ବିକାଶ ପାଇଁ ପ୍ରତିବଦ୍ଧତାର ପ୍ରମାଣ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *