ପ୍ରଧାନ ପାଟ ଉତ୍ସବ ଅନୁଷ୍ଠିତ
ଦେଓଗଡ଼ ଜିଲ୍ଲା ରେ ପ୍ରତେକ ବର୍ଷ ଜାନୁଆରୀ କିମ୍ବା ଫେବୁଆରୀ ମାସ ରେ ପ୍ରଧାନ ପାଟ ଉତ୍ସବ ପାଳନ କରାଯାଏ। ଦେଓଗଡ଼ ଜିଲ୍ଲା ଏକ ପ୍ରଧାନ ପାଟ ନଗରି ଭାବେ ବୁଝାଯାଏ କାରଣ ଦେଓଗଡ ଟାଉନ୍ ପର୍ଶରେ ବିଶ୍ଵ ଜଳ ପ୍ରପାତ ଭାବେ ପ୍ରଧାନ ପାଟ ଅବସ୍ଥିତ। ଏହି ଜଳ ପ୍ରପାତ ଓଡ଼ିଶା ର ସମସ୍ତ କଣ ଅନୁକୋଣ ଠାରୁ ପ୍ରଜଟକ ଛୁଟି ଆସିଥାନ୍ତି। ସେଥିପାଇଁ ପ୍ରଧାନ ପାଟ ଉତ୍ସବ ନିଟସ୍ତ ବଡ ବଗିଚା ଠାରେ ପ୍ରଧାନ ପାଟ ଉତ୍ସବ ପାଳନ କରାଯାଏ। ଚଳିତ ବର୍ଷ ନିଆରା ପରମ୍ପରା ଅନୁସାରେ ଫେବୁଆରି ଏକ ଠାରୁ ପାଞ୍ଚ ଦିନିଆ ଫେବୁଆରି ପାଞ୍ଚ ପ୍ରୋଜନ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ।
ପ୍ରଧାନ ପାଟ ଉତ୍ସବ ପ୍ରଥମ ଦିବସ ସମାରୋହ ରେ ରାଜ୍ୟ ସରକାର ଙ୍କ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନ ପାଟ ଉତ୍ସବ କୁ ସୁଭାରମ୍ବ କରିଥିଲେ। ଉପସ୍ଥିତ ସମ୍ମାନୀତ ଅତିଥି ଦେଓଗଡ ବିଧାୟକ ଓ ଜିଲ୍ଲା ପାଳ କବିନ୍ଦ୍ର କୁମାର ସାହୁ ମହୋଦୟ ମଞ୍ଚାସିନ ରହି ଉତ୍ସବ ପ୍ରଧାନ ପାଟ ସମାରୋହ କୁ ଆଗେଇ ନେଇଥିଲେ।
ମନ୍ତ୍ରୀ,ବିଧାୟକ, ଜିଲ୍ଲାପାଳ, ଉତ୍ସବରେ ବିଭିନ୍ୟ ପ୍ରକାର ଷ୍ଟଲ ଲାଗିଥିବା ପରିକ୍ରମା କରିଥିଲେ। ଉତ୍ସବ ସମାରୋହ ରେ ମନୋରଞ୍ଜନ ପାଇଁ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
ମନ୍ତ୍ରୀ ଙ୍କ ଆଉ ଏକ ସମୋକ୍ଷା ବୈଠକ ରେ ଜିଲ୍ଲାପାଳ ମହୋଦୟ ବିଧାୟକ ଜିଲ୍ଲା ର ସମସ୍ତ ତହସିଲଦାର ଓ ଅଫିସ ମାନେ ଉପସ୍ଥିତି ରେ ଦେଓଗଡ ଜିଲ୍ଲା ର ଉନ୍ନତି ବିକାଶ ପାଇଁ ବେକାରୀ ସମସ୍ୟା ରେଲୱେ ଲାଇନ ଝାରସୁଗୁଡ଼ା ରୁ ଦେଓଗଡ ଦେଇ ବାରକୋଟ ପ୍ରସ୍ତାବ ଥିଲା ବେଳେ ରେଲୱେ ଜମି ଅଧିଗ୍ରହଣ ହାଇଟେକ୍ ସର୍ଭେ ତୁରନ୍ତ କରିବା ପାଇଁ ପନ୍ଧର ଦିନ ଭିତରେ ରିପଟ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଙ୍କ କହିବା କଥା ଦେଓଗଡ ଜିଲ୍ଲା ଗୋଟେ ଚାଷୀ ବହୁଳ ଜିଲ୍ଲା ଆଳୁ ପନିପରିବା ଆମ୍ବ ଲିଚୁ କମଳା ପ୍ରଚୁର ମାତ୍ରାରେ ଉତ୍ ବାଦନ୍ ହୋଇଥାଏ। କୃଷି ଭିତ୍ତିକ ଶିଳ୍ପ,ଶୀତଳ ଭଣ୍ଡାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଦେଓଗଡ ଜିଲ୍ଲା ରେ ସ୍ଥାପନ ହେଲେ ଦେଓଗଡ ଜିଲ୍ଲା ର ବିକାଶ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
