ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାରେ ଯୋଗଦେଇଥିବା ଶ୍ରଦ୍ଧାଳୁ ମାନଙ୍କୁ ବେଲପଣା ଏବଂ ଦହିସର୍ବତ ବଣ୍ଟନ
ସ୍ନେହୀସମାଜ, ଭୁବନେଶ୍ୱର ତରଫରୁ ସବୁବର୍ଷ ପରି ଏ ବର୍ଷ ମଧ୍ୟ ଅଶୋକାଷ୍ଟମୀ ଉପଲକ୍ଷେ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରାରେ ଯୋଗଦେଇଥିବା ଶ୍ରଦ୍ଧାଳୁ ମାନଙ୍କୁ ବେଲପଣା ଏବଂ ଦହିସର୍ବତ ବଣ୍ଟନ କରାଯାଇଥିଲା. ସର୍ବପ୍ରଥମେ ଅନୁଷ୍ଠାନର ସଭାପତି ଡ଼ଃ ଅନନ୍ତ ଚରଣ ସାହୁ ଓ ସାଧାରଣ ସମ୍ପାଦକ ଇଂ ଦାମୋଦର ସାହୁଙ୍କ ଉପସ୍ଥିତିରେ ସକାଳ 11 ଘଟିକା ରେ ଏହି ପଣା ବଣ୍ଟନ କାର୍ଯକ୍ରମ ଆରମ୍ଭ ହୋଇ ଏହା ଅପରାହ୍ନ 4.30 ଘଟିକା ପର୍ଯ୍ୟନ୍ତ ଚାଲିଥିଲା. ପ୍ରାୟ ତିନି ହଜାର ଶ୍ରଦ୍ଧାଳୁ ସେମାନଙ୍କର ତୃଷ୍ଣା ମେଣ୍ଟେଇଥିଲେ. ଶ୍ରୀ ବିମ୍ବାଧର ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି କାର୍ଯକ୍ରମକୁ ସଫଳ କରିବାରେ ଅନୁଷ୍ଠାନର କୋଷାଧ୍ୟକ ଶ୍ରୀ ଦୟାନିଧି ପୃଷ୍ଟି, ଶ୍ରୀ ଆଶିଷ ରଞ୍ଜନ ସାହୁ, ଶ୍ରୀ ଧର୍ମେନ୍ଦ୍ର ପ୍ରସାଦ ସାହୁ, ଶ୍ରୀମତୀ ମାୟାବିନୀ ସାହୁ, ଶ୍ରୀମତୀ କ୍ଷଣାପ୍ରଭା ସାହୁ, ଶ୍ରୀମତୀ ଉଷାରାଣି ସାହୁ ଓ ଶ୍ରୀ ସୁଧାକର ସାହୁ, ନିଖିଳ ଓଡିଶା ବରିଷ୍ଠନାଗରିକ ମହାସଙ୍ଘର ସାଧାରଣ ସମ୍ପାଦକ ଡ଼ଃ ଯୁଗଳ କିଶୋର ସାହୁ ଓ ଅନ୍ୟ ସଭ୍ୟସଭ୍ୟା ମାନେ ଯୋଗଦେଇଥିଲେ.
