ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟରତ ଏ.ଆଇ.ଟି.ମାନଙ୍କର ସ୍ଥାୟୀ ନିଯୁକ୍ତି ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି
ଯାଜପୁର : ଦୀର୍ଘ ୧୪ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟ କରୁଥିବା ଏ.ଆଇ.ଟିମାନେ ଓଡିଶା ପ୍ରତ୍ୟେକ ଜିଲ୍ଲାରେ ପ୍ରାଣୀ ଚିକିତ୍ସାଲୟ ଅଧିନରେ ଥିବା ଏକ ବା ଏକାଧିକ ଗ୍ରାମ ପଞ୍ଚାୟତରେ ରହି କୃତ୍ରିମ ପ୍ରଜନନ, ଟୀକାକରଣ, ବନ୍ଦ୍ୟାକରଣ, ପ୍ରାଥମିକ ଚିକିତ୍ସା, ଭ୍ରାମ୍ୟମାଣ ଚିକିତ୍ସା, ପଶୁ ଗଣନା, ପଶୁମାନଙ୍କ ବୀମାମୁକ୍ତ କରିବା ଏବଂ ଘାସ ଚାଷ ଇତ୍ୟାଦି ଚାଷୀଙ୍କର ଦ୍ୱାରା ବୁଲି ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । ୨୦୧୮ ମସିହାରୁ ଅତ୍ୟାବିଧି ବେନ୍ତ ସରକାରଙ୍କର (ଘଇଓଚ) ଯୋଜନା ମାଧ୍ୟମରେ ସେମାନେ ସାମିଲ ହୋଇ ଚାଷୀମାନଙ୍କର ଦ୍ୱାରା ବୁଲି ମାଗଣାରେ କୃତ୍ରିମ ପ୍ରଜନନ ସେବା ଯୋଗାଇ ଦେଉଛନ୍ତି । ଯଦ୍ୱାରା କି ଓଡିଶା ସରକାରଙ୍କର ୭୦% ପ୍ରତିଶତ କୃତ୍ରିମ ପ୍ରଜନନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତା ସହିତ କୋଭିଡ ମହାମାରି ସମୟରେ ନିଜର ଜୀବନକୁ ଜଳାଞ୍ଜଳି ଦେଇ ଗ୍ରାମାଞ୍ଚଲରେ ଥିବା ଗରିବ ଚାଷୀଙ୍କ ମାଗଣାରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପାରମ୍ପରିକ ଚାଷ ପଦ୍ଧତିକୁ ଗୁରୁତ୍ୱ ଦେଉଥିବାରୁ ପ୍ରାଣୀ ସମ୍ପଦ ବିଭାଗର ବୃତ୍ତି ନିମନ୍ତେ ଏମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେମାନେ କୃତ୍ରିମ ପ୍ରଜନନ ମାଧ୍ୟମରେ ଗରିବ ଚାଷୀମାନଙ୍କର ଦେଶୀ ପ୍ରଜାତିର ଗାଈମାନଙ୍କ ଠାରୁ ଉନ୍ନତ ମାନର ଶଙ୍କର ଜାତିୟ ଗାଈ ଏବଂ ଅଧିକ ଦୁଗ୍ଧ ଦେଉଥିବା ବିଦେଶୀ ପ୍ରଜାତିର ଗାଈ ବାହାର କରି ଗରିବ ଗ୍ରାମଞ୍ଚଲ ଚାଷୀମାନଙ୍କର ଆୟ ଦୂର ଗଣିତ କରିଛନ୍ତି । ଯାହା ଦ୍ୱାରା କି ଗ୍ରାମାଞ୍ଚଲର ଚାଷୀ ଉନ୍ନତ ସଙ୍ଗେ ସଙ୍ଗେ ଅପଦୃଷ୍ଟି ମଧ୍ୟ ଦୂରୀକରଣ ହୋଇପାରିଛି । ଏ ସମସ୍ତ କାର୍ଯ୍ୟ କରି ମଧ୍ୟ ସେମାନେ ସରକାରଙ୍କ ପାଖରେ ଉପେକ୍ଷୀତ ବିନା ବେତନ, ବିନା ପାରିଶ୍ରମିକ, ସାମାନ୍ୟ କିଛି ପ୍ରୋତ୍ସାହନ ପାଇଁ କାର୍ଯ୍ୟକରି ଆସୁଛନ୍ତି ।
ଉପରକ୍ତ ସମସ୍ତ ତଥ୍ୟକୁ ନେଇ
ଶିବ ଶଙ୍କର ଏ.ଆଇ ୱାର୍କର ଆସୋଏସନ୍ ଓଡିଶାର ଅବାହକ ଶୋଭାଗ୍ୟ ରଞ୍ଜନ ଜେନା, ଉପଦେଷ୍ଟା ରବୀନ୍ଦ୍ର ନାଥ ପଣ୍ଡା, ରାଜ୍ୟ ସଭାପତି ମହେନ୍ଦ୍ର କୁମାର ମହାନ୍ତି, ସଂପାଦକ ଶତୃଘ୍ନ ପ୍ରଧାନ ଓ ଯାଜପୁର ଜିଲ୍ଲା ର ସଭାପତି ପ୍ରଶାନ୍ତ କୁମାର ଜେନା ପ୍ରମୁଖ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଙ୍କୁ ଲିଖିତ ନିବେଦନ କରିଛନ୍ତି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର