July 27, 2025
Home » ପ୍ରେସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର

ପ୍ରେସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର

0
WhatsApp Image 2025-07-26 at 5.05.56 PM

ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ର ପ୍ରତିଷ୍ଠା ଦିବସ ଅବସରରେ ଆଜି ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ପୁରୁଣାକଟକ ସ୍ଥିତ ମା ଭୈରବୀ ପୀଠ ଠାରେ ପ୍ରେସ କ୍ଳବ ତଥା ବିଶ୍ୱର ମଙ୍ଗଳ କାମନାକରି ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଥିଲା l ବୌଦ୍ଧ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଡା.ଶାନ୍ତନୁ ମିଶ୍ର ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିବା ବେଳେ ରକ୍ତ ଭଣ୍ଡାର ର ଡା. ହେମ୍ରମ ଓ ଷ୍ଟାଫ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l ଜିଲ୍ଲା ପ୍ରେସ କ୍ଳବର ସଭାପତି ପ୍ରଦୋଷ କୁମାର ମିଶ୍ର, ସାଧାରଣ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ, ସହ ସମ୍ପାଦକ ଦୁର୍ଯ୍ୟୋଧନ ବିଶି, ସଦସ୍ୟ ଶମ୍ଭୁ ପ୍ରସାଦ ମିଶ୍ର, ଦିବ୍ୟ ପଟ୍ଟନାୟକ, ଉପସଭାପତି ସମରେଶ ମିଶ୍ର, ସଂଜୀବ ମହାକୁଳ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିବାବେଳେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ, ସାମ୍ବାଦିକ, ବ୍ୟବସାୟୀ,ତଥା ମହିଳା ମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l ଏହି ଶିବିର ରେ ସମୁଦାୟ 26 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *