ଫରେଷ୍ଟ ସେକସନ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ ହେଲା ନାହିଁ, ଗେଟ ସମ୍ମୁଖରେ ପତାକା ଉତ୍ତୋଳନ କଲେ ଗ୍ରାମବାସୀ
ସୁବର୍ଣ୍ଣପୁର — ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି 79 ତମ ସ୍ଵାଧୀନତା ଦିବସରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ବରପଦର ସେକ୍ସନ କାର୍ଯ୍ୟାଳୟ ରେ ବନପାଳ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପତାକା ଉତ୍ତୋଳନ ହୋଇ ପାରିନଥିବା ଦେଖିବାକୁ ମିଳିଛି । ବରପଦର ସେକ୍ସନ ରେ ୬ ଟି ଫରେଷ୍ଟ ଗାର୍ଡ ରହୁଥିବାବେଳେ ଜଣେ ଫରେଷ୍ଟର ରୁହନ୍ତି ତେବେ ଆଜିଭଳି ଜାତୀୟ ଦିବସ ରେ ସମସ୍ତେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିବା କଥା କିନ୍ତୁ ରାଷ୍ଟ୍ରୀୟ ପତକା କୁ ଅସମ୍ମାନ କରି କେହି କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିନଥିବା ବେଶ ଦୁଃଖର ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଯିଏ ଜାତୀୟ ପତାକା କୁ ସମ୍ମାନ ଦେଇ ଜାଣିନାହିଁ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବରପଦର ଗ୍ରାମବାସୀ ଦାବି କରିଛନ୍ତି ।ଗ୍ରାମବାସୀ ଙ୍କ କହିବା କଥା ପ୍ରତିବର୍ଷ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ରେ ସ୍କୁଲ ପିଲାଙ୍କୁ ଡାକି କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ ହେଉଥିଲା ତେବେ ଯେଉଁ ଦିନ ଠାରୁ ମହିଳା ଫରେଷ୍ଟର ଗୁଲି ବେହେରା କାର୍ଯ୍ୟଭାର ଗ୍ରହଣ କଲେଣି ସେହି ଦିନଠାରୁ କାର୍ଯ୍ୟାଳୟ ରେ ସଦାସର୍ବଦା ତାଲା ପଡ଼ିରହୁଛି l

ଅଗଷ୍ଟ ୧୫,ଜାନୁୟାରୀ ୨୬ ରେ ଆଉ ପତାକା ଉତ୍ତୋଳନ ହେଉନାହିଁ କି ସେ ସନ୍ତୋଷଜନକ କାର୍ଯ୍ୟ କରୁନାହାନ୍ତି ତେଣୁ ଆଜି ଗ୍ରାମବାସୀ ଏକତ୍ରିତ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା କୁ ସମ୍ମାନ ଜଣାଇ ଉତ୍ତୋଳନ କରିଛନ୍ତି । ଏଥିସହ ଫରେଷ୍ଟର କାହିଁକି ପତାକା ଉତ୍ତୋଳନ କରିନାହାନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବି କରିଛନ୍ତି ।ଏନେଇ ଫରେଷ୍ଟର ଗୁଲି ବେହେରା ଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଏହା କାର୍ଯ୍ୟାଳୟ ନୁହେଁ ବାସସ୍ଥାନ ତେଣୁ ପତାକା ଉତ୍ତୋଳନ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।ତେବେ ଡି.ଏଫ.ଓ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ଇପିଏ ନ୍ୟୁଜ.
