November 18, 2025
Home » ଫୁଲବାଣୀରେ “ସ୍ମୃତି ତୁମେ ଅକ୍ଷୟ” ସନ୍ଧ୍ୟା

ଫୁଲବାଣୀରେ “ସ୍ମୃତି ତୁମେ ଅକ୍ଷୟ” ସନ୍ଧ୍ୟା

0
WhatsApp Image 2025-11-18 at 11.34.50 AM

ଫୁଲବାଣୀ: ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଫୁଲବାଣୀର ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ସ୍ମୃତି ତୁମେ ଅକ୍ଷୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସଙ୍ଗୀତ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ପାଢ଼ୀ ମୁଖ୍ୟ ଅତିଥି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ବନାନୀ କଳା ସଂଗମ ସଭାପତି ଡ଼ଃ ଅରୂପ ଜେନା,ପ୍ରେସ୍ କ୍ଳବ୍ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମସ୍ତ ସଙ୍ଗୀତକାର ଓ ବାଦ୍ୟଯନ୍ତ୍ରରେ ଦକ୍ଷ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମ୍ପାଦକ ଶରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଅତିଥିମାନେ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ସାଧନାର ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ସଙ୍ଗୀତ ଗୁରୁ ତଥା ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏବଂ ନୃତ୍ୟ ଗୁରୁ ବିନୋଦ ସାହୁଙ୍କ ସଂଯୋଜନାରେ ରମାକାନ୍ତ ମାଝୀ, ପ୍ରାଣକୃଷ୍ଣ ମହାରଣା,ଅସିତ୍ ନନ୍ଦ, ସନ୍ତୋଷ ଦାସ୍, ଯୁଧିଷ୍ଠିର ମହାନ୍ତି, ଦେବସ୍ମିତା ସାହୁ, କ୍ଷୀରାବ୍ଦୀ ତନୟା ଓ ଇଷିତା ପାତ୍ର ସଙ୍ଗୀତ ପରିବେଷଣ କରିଥିଲେ ଏବଂ ବାଦ୍ୟ ସହଯୋଗ କରିଥିଲେ ରଞ୍ଜିତ ମୁଖୀ, ଗୋପୀନାଥ ରାଉତ,ସନାତନ ମିଶ୍ର, ଅନିରୁଦ୍ଧ ବାଡତ୍ୟା,ଆୟୂଷ ପଟ୍ଟନାୟକ। କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ସମସ୍ତ ଯୁବ ଶିଳ୍ପୀଙ୍କୁ ପୁରସ୍କାର ଦେବାପରେ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରସନ୍ନ ବିଷୋୟୀ ଏବଂ ଜୟଦେବ ନାୟକଙ୍କ ବଳିଷ୍ଠ ନେତୃତ୍ବ ଏବଂ ବିପିନ୍ ପଟ୍ଟନାୟକ, ସଚ୍ଚିଦାନନ୍ଦ ମହାପାତ୍ର ଓ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତା ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *