February 14, 2026
Home » ଫେବୃଆରୀ ୧୬ ରୁ ସର୍ବଭାରତୀୟ ରାମଧୁନ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ

ଫେବୃଆରୀ ୧୬ ରୁ ସର୍ବଭାରତୀୟ ରାମଧୁନ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ

0
WhatsApp Image 2026-02-14 at 11.21.48 AM (1)

ସୁବର୍ଣ୍ଣପୁର -ଆସନ୍ତା ଫେବୃୟାରୀ ୧୬ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ସୋନପୁର ଗାନ୍ଧୀ ପଡିଆ ଠାରେ ସର୍ବଭାରତୀୟ ସ୍ତରରେ ୧୭ତମ ରାମଧୁନ କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ। ପ୍ରଥମଥର ପାଇଁ ଚଳିତ ବର୍ଷ ସୁଦୁର ନାଇଜେରିଆ ଓ ନେପାଳ ଭଳି ଦେଶର ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେଇଥିବା ଯୋଗୁଁ ଉଭୟ ଆୟୋଜକ ଓ ଦର୍ଶକ ମହଲରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି। ନକ୍ ଆଉଟ୍ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କଲିକତା ଓ କନ୍ଧମାଳ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ ବରଗଡ଼ ଓ ମଙ୍ଗଳା କ୍ଲବ କଟକ ମugrଧ୍ୟରେ ଅନୁଷ୍ଠିତ ହେବ। ଉଭୟ ଦିନର ବିଜୟୀ ଦଳ ପ୍ରଥମ ସେମିଫାଇନାଲ ପର୍ଯ୍ୟାୟ କୁ ଉନ୍ନିତ ହେବେ। ସେହିପରି ପୁଲ ବିରେ (କଲିକତା)ନାଇଜେରିଆ ଓ ଜଗା ଇଉନାଇଟେଡ୍ ଭୂବନେଶ୍ଵର ମଧ୍ୟରେ ଓ ପରବର୍ତ୍ତୀ ଦିନରେ ଆୟୋଜକ ରାମଧୁନ କ୍ଲବ ସୁବର୍ଣ୍ଣପୁର ଓ ଜେବିଏମ୍ ୟୁନାଇଟେଡ ଏଫ୍‌ସି ନେପାଳ ମଧ୍ୟରେ ଅନୁଷ୍ଠିତ ହୋଇ ଉଭୟ ଦିନର ବିଜୟୀ ଦଳ ସେମିଫାଇନାଲ ମ୍ୟାଚ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ର ଗ୍ରାଣ୍ଡ ଫାଇନାଲ ଖେଳ ୨୨ତାରିଖରେ ଖେଳାଯିବା ନେଇ ଆଜି ଗାନ୍ଧୀ ପଡିଆ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆୟୋଜକ ମଣ୍ଡଳୀ। ପ୍ରଥମଥର ପାଇଁ ରାମଧୁନ କ୍ଲବ ଓ ଜିଲ୍ଲା କ୍ରୀଡାସଂଘ ମିଳିତ ଭାବରେ ଏହି ରାମଧୁନ କପ୍ ୨୦୨୬ ଆୟୋଜକ ରହିଥିବା ହେତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି ଚିତ୍ତାକର୍ଷକ ରହିଥିବା ଜଣାପଡିଛି l ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ କ୍ରୀଡ଼ା ସଂଘ ଉପଦେଷ୍ଟା କଇରୁ ସ୍ବାଇଁ, ରାମଧୁନ କ୍ଳବ୍ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ, ସତ୍ୟ ନାରାୟଣ ରାଓ, ସଂପାଦକ ପୀୟୂଷ କୁମାର ପଣ୍ଡା, ସଦସ୍ୟ ଗଣେଶ ମେହେର, କ୍ରୀଡ଼ା ସଂଘ କାର୍ଯ୍ଯ କାରିଣୀ ସଦସ୍ୟ ଜିତେନ୍ଦ୍ର ସାହୁ, ରବି ଦେହୁରୀ, କମଳା ସାହୁ, ବୁବୁନ ନାଏକ, ଫୁଟବଲ ସଂପାଦକ ରାଜିବ ସାହୁ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ସମସ୍ତ ଙ୍କ ଉଦ୍ୟମ ରେ ସହଯୋଗ ରେ ଏହି ଟୁର୍ଣ୍ଣl ମେଣ୍ଟ ଟି ସଫଳ କରି ପାରିବା ବୋଲି କହି ଏ ସୁନ୍ଦର ପଡ଼ିଆ ପାଇଁ ସମସ୍ତ କ୍ରୀଡ଼ା ଅନୁଷ୍ଠାନ ଓ ସହର ବାସୀ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ l ବିକାଶ ପଣ୍ଡା ସଭା କୁ ପରିଚାଳନା କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *