ବଂଶ ବୃଦ୍ଧି ପାଇଁ ସାତକୋଶିଆ ଗଣ୍ଡ ରେ ଛଡାଗଲା 12 ଟି ଘଡ଼ିଆଳ l
ସୁବର୍ଣ୍ଣପୁର —ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜ ସୁନାଖଣିଆ ବିଟରେ ବଂଶବୃଦ୍ଧି ପାଇଁ ୧୨ଟି ଘଡ଼ିଆଳକୁ ମହାନଦୀରେ ଛାଡ଼ାଯାଇଥିବା ସୂଚନା ମିଳିଛି । ଏହି କୁମ୍ଭୀରମାନ ଙ୍କୁ ନନ୍ଦନକାନନରୁ ସ୍ୱତନ୍ତ୍ର ସୁରକ୍ଷାରେ ଆଣାଯାଇଥିଲା ।ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଅଧିକାରୀ ଅମରେଶ ପ୍ରଧାନଙ୍କ ଉପସ୍ଥିତିରେ ଘଡ଼ିଆଳ ସବୁ ଛଡାଯାଇଥିବା ଜଣାପଡିଛି l ଏପଟେକୁମ୍ଭୀରମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଜିପିଏସ ଓ ଟ୍ରାନ୍ସମିଟର ଲଗାଯାଇଛି।ବନ୍ୟପ୍ରାଣୀ ବିଭାଗ କହିଛି ସୁନାଖଣିଆ ବିଟ ଦିନକୁ ଦିନ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ସ୍ଥାନ ହେଉଛି।ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଓ ନନ୍ଦନକାନନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
