ବଡ଼ ଡୁମୁରିଆରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡ଼ଡୁମୁରିଆରେ ରାଷ୍ଟ୍ରୀୟ ଗ୍ରାମୀଣ ଜନ ବିକାଶ ସଂସ୍ଥା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟର ଓ ଷ୍ଟେଟ ପ୍ରୋଜେକ୍ଟ ଅପରେସନ ମୁଖ୍ୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ନାୟକ, ସିନିଆଁ ଡିଗଲଙ୍କ ତତ୍ତ୍ଵାବଧାନରେ ବଡ ଡୁମୁରିଆ ସମେତ ସ୍ଥାନୀୟ ଅଞ୍ଚଳରୁ ୫୦୦ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଦଳ ଡା.ରବି କୁମାରଙ୍କ ନେତୃତ୍ଵରେ ଫାର୍ମାସିଷ୍ଟ କୈଳାସ ଚନ୍ଦ୍ର ମହାନ୍ତ,ଏଏନ୍ଏମ୍ ହୀରାମଣି ମହାନ୍ତ,ଏଲଟି ନମିତା ମହାନ୍ତ, କମ୍ୟୁନିଟି ମୋବିଲାଇଜର ସବିତା ନାଏକ,ସିପିଏଚ୍ ଗୋପୀନାଥ ମହାପାତ୍ର,ଷ୍ଟାଫ୍ ନର୍ସ ଇତିଶ୍ରୀ ସାହୁ ଓ ଡା. ଏଲିନା ରାଉତଙ୍କ ସହଯୋଗରେ ରୋଗୀ ଚିହ୍ନଟ କରି ଆବଶ୍ୟକ ପରୀକ୍ଷା ଏବଂ ଔଷଧ ମାଗଣାରେ ବଣ୍ଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସଂସ୍ଥାର ଜୋନାଲ ମ୍ୟାନେଜର ମନୋରଞ୍ଜନ ପାତ୍ର,ଡିଷ୍ଟ୍ରିକ୍ଟ ଇନ୍ ଚାର୍ଜ ରବୀନ୍ଦ୍ରନାଥ ମହାନ୍ତ,ଡିଷ୍ଟ୍ରିକ୍ଟ ମ୍ୟାନେଜର ଧିରଜ ନଳିନୀ ମହାନ୍ତ,ବ୍ଲକ କୋଡିନେଟର ଅଭିଜିତ ନାଏକ,,ମିଥୁନ ଚକ୍ରବର୍ତ୍ତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ