July 5, 2025
Home » ବଦଳି ହୋଇଥିଲେହେଁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ଗୋଷ୍ଟୀ ଶିକ୍ଷା ଅଧିକାରୀ

ବଦଳି ହୋଇଥିଲେହେଁ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି ଗୋଷ୍ଟୀ ଶିକ୍ଷା ଅଧିକାରୀ

0
WhatsApp Image 2025-02-18 at 12.50.48 PM (1)

ସୁବର୍ଣ୍ଣପୁର — ଦୀର୍ଘ 7 ବର୍ଷ ରୁ ଉର୍ଦ୍ଧ୍ୱ ହେବ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ବିଭାଗ ରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି l ଏବେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗତ 4 ତାରିଖ ରେ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ବିଇଓ ସ୍ତର ରେ ଅଦଳବଦଳ କରିଛନ୍ତି l ଏଥିରେ ଅଧିକାରୀଙ୍କ ବଦଳି ଭଦ୍ରକ ଜିଲ୍ଲା ଚାନ୍ଦବାଲି ର ଡାଖା ହାଇସ୍କୁଲ କୁ ହୋଇଛି l ହେଲେ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ଚିଠି କୁ ଅବମାନନା କରି ଅଧିକାରୀ ଜଣକ ରିଲିଭ ହେଉନଥିବା ଏବେ ସୁବର୍ଣ୍ଣପୁର ଜିଲ୍ଲା ସାରା ଚର୍ଚ୍ଚା ର ବିଷୟ ହୋଇଛି l ଏବେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ନା ବିଇଓ ବଡ଼ ବୋଲି ବିଭିନ୍ନ ମହଲ ରେ ଆଲୋଚନା ହେଉଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗୋଷ୍ଟୀ ଶିକ୍ଷାଧିକାରୀ ଙ୍କ କ୍ଷେତ୍ରରେ l ପ୍ରକାଶ ଯେ, ଶାନ୍ତନୁ କୁମ୍ଭକାର ଗତ 2018 ରୁ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି l ଅନେକ ସମୟ ରେ ସେ ବୀରମହାରାଜପୁର ସହିତ ଜିଲ୍ଲା ର ଉଲୁଣ୍ଡା ଓ ତରଭା ବିଇଓ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି l ଉଲୁଣ୍ଡା ବ୍ଲକ ରେ ଗତ 2019-20 ଓ 2022-23 ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାୟିତ୍ୱ ତୁଲାଇଥିଲେ l ସେହିପରି 2023-24 ରେ ତରଭା ବ୍ଲକ ରେ ମଧ୍ୟ ଅତିରିକ୍ତ ବିଇଓ ଦାୟିତ୍ୱ ତୁଲାଇଥିଲେ l ହେଲେ ଉଲୁଣ୍ଡା ବିଇଓ ଦାୟିତ୍ୱ ରେ ଥିବାବେଳେ ଶ୍ରୀ କୁମ୍ଭକାର କ୍ଷମତା ର ଦୁରୁପଯୋଗ କରିଥିବା ନେଇ ତାଙ୍କ ବିରୋଧ ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ପତ୍ର ସଂଖ୍ୟା 26468/09/12/2022 ରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ ହୋଇଥିବା ଜଣାପଡିଛି l ଏବେ ଶ୍ରୀ କୁମ୍ଭକାର ଙ୍କ ବଦଳି ପରେ ମଧ୍ୟ ପିଛିଲା ତାରିଖ ରେ ସେ ଶିକ୍ଷକ ମାନଙ୍କ ଡେପୁଟେସନ ବାତିଲ, ଏନ ଓ ସି, ନିଲମ୍ବନ ପ୍ରତ୍ୟାହାର ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ ଯେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଡେପୁଟେସନରେ ଥିବା ଶିକ୍ଷକ ଗିରିଜାଶଙ୍କର ପଣ୍ଡା ଙ୍କ ଡେପୁଟେସନ କୁ ସେ ଇତିମଧ୍ୟରେ ବାତିଲ କରିଛନ୍ତି l ଏଥିସହ ଗତ 14 ତାରିଖ ଚିଠି କରି ତାଙ୍କୁ ତୁରନ୍ତ ସ୍କୁଲ ରୁ ରିଲିଭ ହୋଇ ନିଜ ପୂର୍ଵ ସ୍ଥାନକୁ ଫେରିବାକୁ ନିର୍ଦ୍ଧେଶ ଦେଇଛନ୍ତି l ଏହାର ପ୍ରତିବାଦ ରେ ଗତ କିଛିଦିନ ତଳେ ଛାତ୍ର ଛାତ୍ରୀ ସ୍କୁଲ ସମ୍ମୁଖ ରେ ରାଜରାସ୍ତା ରେ ପ୍ରବଳ ଖରା ରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ହେଲେ ଦୀର୍ଘ ସମୟ ଧରି ଛାତ୍ର ଛାତ୍ରୀ ଧାରଣା ଦେଇଥିଲେ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳ କୁ ଯାଇନଥିଲେ l ଶିକ୍ଷା ବିଭାଗ ର ଏଭଳି କାର୍ଯ୍ୟ କୁ ଅଭିଭାବକ, ଶିକ୍ଷାବିତ, ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି l ଏଥିସହ ଘଟଣା ରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ହସ୍ତକ୍ଷେପ କରି ପିଛିଲା ତାରିଖ ରେ ବିଇଓ କରିଥିବା ସମସ୍ତ ଚିଠି କୁ ବାତିଲ କରିବାକୁ ଦାବି କରିଛନ୍ତି l ଅନ୍ୟପକ୍ଷରେ ବିଇଓ ଙ୍କ ବଦଳି ପରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ବିଭାଗୀୟ ପତ୍ର ସଂଖ୍ୟା -788/ Date -07/02/2025 ରେ ABEO ବରଣା ଡୁଙ୍ଗଡୁଙ୍ଗ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ରିଲିଭ ହେବା ପାଇଁ ଚିଠି କରିଛନ୍ତି l ହେଲେ ଶ୍ରୀ କୁମ୍ଭକାର ବିଭାଗୀୟ ଅଧିକାରୀ ଙ୍କ ଚିଠି କୁ ନ ମାନି କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ ହେଉଛି l ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ପୁନର୍ବାର ବିଭାଗୀୟ ପତ୍ର ସଂଖ୍ୟା -902/ Date – 15/02/25 ରେ ଏକ ଚିଠି କରି ବିଇଓ ଶ୍ରୀ କୁମ୍ଭକାର ତୁରନ୍ତ ନିଜର ଦାୟିତ୍ୱ ଶ୍ରୀ ଡୁଙ୍ଗଡୁଙ୍ଗ ଙ୍କୁ ହସ୍ତାନ୍ତର କରି ନିଜେ ରିଲିଭ ହୋଇଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ନଚେତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି l ତେବେ, ଆଗକୁ ଗୋଷ୍ଟୀ ଶିକ୍ଷା ଅଧିକାରୀ ବିଭାଗୀୟ ନିର୍ଦ୍ଦେଶ କୁ ପାଳନ କରିବେ ନା ଚେଲେଞ୍ଜ କରିବେ ତାହା ଦେଖିବାକୁ ବାକି ରହିଲା l ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଙ୍କୁ ପଚରାଯିବାରୁ ବଦଳି ପରେ ରିଲିଭ ହୋଇଯିବା କଥା l କିନ୍ତୁ ରିଲିଭର ଆସିନାହାନ୍ତି ବୋଲି ସମୟ ଗଡାଉଛନ୍ତି l ହେଲେ ଅଭିଯୋଗ ହେଉଥିବାରୁ ରିଲିଭ ପାଇଁ ବିଭାଗ ତରଫରୁ ଦୁଇଥର ଚିଠି ହୋଇଛି l ବିଭାଗୀୟ ନିର୍ଦ୍ଦେଶ କୁ ନ ମାନିଲେ ଜିଲ୍ଲାପାଳ ଙ୍କୁ ଜଣାଇବୁ, ଜିଲ୍ଲାପାଳ ଏ ଦିଗରେ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *