ବନ୍ଧୁକ ଦେଖାଇ ବରଯାତ୍ରୀ ଗାଡିରୁ କନ୍ୟା କୁ ଅପହରଣ କରି ନେଇଥିବା ଅଭିଯୁକ୍ତ ଗିରଫ,
ଅଭିଯୁକ୍ତ ସଞ୍ଜୀବ ନାମରେ ପୂର୍ବରୁ ରହିଛି ତିନୋଟି ମାମଲା l
ସୁବର୍ଣ୍ଣପୁର –ଗତ ୨୨ ତାରିଖରେ ନବବଧୁକୁ ସାଙ୍ଗରେ ଧରି ନିଜ ଘରକୁ ଫେରୁଥିବା ବରର ଗାଡିକୁ ରାସ୍ତାରେ ଅଟକାଇ ବନ୍ଧୁକ ମୁନରେ ଅପହରଣ କରିନେଇଥିବା ଅଭିଯୁକ୍ତକୁ ସମ୍ବଲପୁରର ଏକ ଭଡାଘରୁ ଗିରଫ କରିବାରେ ତରଭା ପୁଲିସ ସକ୍ଷମ ହୋଇଛି।ମଙ୍ଗଳବାର ସନ୍ଧ୍ୟା ୫ଟାରେ ତରଭା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସୂଚନା ଦେଇଛନ୍ତି। ଆରକ୍ଷୀ ଅଧିକ୍ଷକ ଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ ରବିବାର ସକାଳ ୫ଟାରେ ଏଭଳି ଏକ ସାଙ୍ଘାତିକ ଘଟଣା ଘଟିବା ପରେ ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଥିଲା।ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ ଓ ତରଭା ଆଇଆଇସି ଅନିତା କିଡୋଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା।ଏ ନେଇ ତରଭା ପୋଲିସ କେଶ ନମ୍ବର 60/2O26/22/02/2026 ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚଳାଇଥିଲା ପୋଲିସ l ଏହି ଟିମରେ ତରଭା ଥାନାର ଏସଆଇ ପ୍ରସନ୍ନଜିତ ବେହେରା,କନଷ୍ଟେବଳ କୈଳାସ ଭୋଇ,ଧନପତି ମୁଣ୍ଡା ଓ ସୀମା ବିଶ୍ୱାଳ ସାମିଲ ଥିଲେ।ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ(୩୬) ଓ ନବବଧୁ ରଶ୍ମୀକୁ ତରଭା ଥାନାକୁ ଅଣାଯାଇଛି।ବୁଧବାର ସଞ୍ଜୀବକୁ କୋର୍ଟ ଚାଲାଣ କରାଯବ ବୋଲି ସୂଚନା ମିଳିଛି l ଅପରାଧୀ ପ୍ରବୃତ୍ତିର ସଞ୍ଜୀବ ନାମରେ କଣ୍ଟାମାଲ ଥାନା କେଶ ନମ୍ବର ୨୫୦ ତାରିଖ ୩୦/୧୧/୨୫,କେଶ ନମ୍ବର ୧୫୮ ତାରିଖ ୨୮/୮/୨୪ ଓ କେଶ ନମ୍ବର ୧୬୬ ତାରିଖ ୪/୯/୨୦୨୪ ରେ ପୃଥକ ପୃଥକ ୩ ଟି ମାମଲା ରହିଛି। ସଞ୍ଜୀବ ନିକଟରୁ ପୁଲିସ ଗୋଟିଏ ସୁନା ନେକଲେସ,ଗୋଟିଏ ସୁନା ଚେନ,ଗୋଟିଏ ହଲ କାନର ରିଙ୍ଗ,ଗୋଟିଏ ହଲ ରୂପାର ଗୋଡ ମୁଦି,ଗୋଟିଏ ସାମସଙ୍ଗ ମୋବାଇଲ ଓ ନଗଦ ୩୪୦ ଟଙ୍କା ଜବତ କରିଥିବା ବେଳେ ଏହି ଘଟଣା ରେ ବ୍ୟବହୃତ ବନ୍ଧୁକ ଓ ଗାଡି ଏ ପର୍ଯ୍ୟନ୍ତ ଜବତ କରାଯାଇନାହଁ l ଏହି ଘଟଣାରେ ସଂପୃକ୍ତ ଅନ୍ୟ ସହଯୋଗୀ ଖୁବଶୀଘ୍ର ଧରାହେବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ନାଏକ କହିଛନ୍ତି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
