February 28, 2026
Home » ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ ରେ ଓକିଲ ସଂଘର ଶୋକ ସଭା

ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ ରେ ଓକିଲ ସଂଘର ଶୋକ ସଭା

0
WhatsApp Image 2026-02-28 at 1.55.10 PM

 

ଧର୍ମଗଡ ଅଞ୍ଚଳର ବରିଷ୍ଠ ଆଇନଜୀବି, ରାଜନୀତିଜ୍ଞ ତଥା ସମାଜସେବୀ କୁବେର ଚନ୍ଦ୍ର ସାହୁ ଙ୍କର ୫୮ ବର୍ଷ ବୟସରେ ଆଜି ଭୋର୍ ୫ ସମୟରେ ପରଲୋକ ହୋଇ ଯାଇଛି। ଅସୁସ୍ଥତା କାରଣରୁ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ଟ୍ରେନ ଯୋଗେ ଫେରିବା ସମୟରେ ହୃଦ୍ ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଆଜି ତାଙ୍କର ଶବ ଧର୍ମଗଡ଼ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ର ଜିଲ୍ଲା ସଭାପତି ଥବିର ପ୍ରସାଦ ସାହୁ,ଧର୍ମଗଡ଼/ଜୁନାଗଡ ବ୍ଲକ ଆଞ୍ଚଳିକ କମିଟିର ସଭାପତି ବିଦ୍ୟାଧର ସାହୁ, ବରିଷ୍ଠ ଆଇନଜୀବି ତୁଷାର ରଞ୍ଜନ ପଟ୍ଟଯୋଶୀ,ଆଇନଜୀବୀ ସମିର କୁମାର ମୁଣ୍ଡ, ବିଜୁ ଜନତା ଦଳର ବ୍ଲକ ସଭାପତି ଡାକେଶ୍ୱର ଲହଜଲ, ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ଲବରାମ ସରାଫ ଓ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥଲେ।ଜଣେମେଲାପି,ସମାଜସେବୀ, ରାଜନୀତିଜ୍ଞ ଓ ଆଇନଜୀବୀ ରୂପେ ଅଞ୍ଚଳରେ ସେ ନିଜସ୍ଵ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ରାଜନୈତିକ ରୁଚି ରଖି ସେ ଥରେ ଧର୍ମଗଡ଼ ବିଧାନସଭା ଆସନ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ।

କିଛି ବର୍ଷ ପୂର୍ବେ ତାଙ୍କର ସ୍ତ୍ରୀ ଙ୍କ ର ଦେହାନ୍ତ ଘଟିଥିବା ଥିବା ବେଳେ ସ୍ଵର୍ଗତ ସାହୁଙ୍କର ଦୁଇ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କର ପୈତୃକ ଗ୍ରାମ ମକ୍ରାଗୁଡା ଗ୍ରାମଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ଏକ ମାତ୍ର ପୁଅ ରିତେଶ ମୁଖାଗ୍ନୀ ଦେଇଥିଲେ।
ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଏନେଇ ଏକ ଶୋକସଭା କରାଯାଇଅଛି । ଓକିଲ ସଂଘ ର ସଭାପତି କୃପାସିନ୍ଧୁ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକ ସଭାରେ ସଂପାଦକ ବସନ୍ତ କୁମାର ଠାକୁର, ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର, ସନ୍ତୋଷ କୁମାର ପାତ୍ର, ତୁଷାର ରଞ୍ଜନ ପଟ୍ଟଯୋଶୀ, ଥବିର ପ୍ରସାଦ ସାହୁ, ଭବାନୀ ଶଙ୍କର ପଣ୍ଡା, ଆଶୁତୋଷ ପାତ୍ର, ସୁମନ୍ତ ପଣ୍ଡା, ଭବାନୀ ଦାସ, ସୁବାସ ପାଣିଗ୍ରାହୀ,ଦିଗାମ୍ବର ଦୁରିଆ, ମିହିର ପଟ୍ଟଯୋଶୀ, ବିନୋଦ ନାଏକ, ଅଜିତ କୁମାର ସାହୁ, ଅବିନାଶ ପଟ୍ଟଯୋଶୀ ପ୍ରମୂଖ ସ୍ଵର୍ଗତ ସାହୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *