February 27, 2026
Home » ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ବୈଠକ

ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ବୈଠକ

0
WhatsApp Image 2026-02-26 at 7.29.51 PM

 

ଚଣ୍ଡିଖୋଲ :- ପାକ୍ଷିକ ସମ୍ବାଦପତ୍ର “ବିରଜା ଭୂମି” ପକ୍ଷରୁ ତ୍ରୈମାସିକ ଆଲୋଚନା ଚକ୍ର ସ୍ଥାନୀୟ ନର୍ସିଂ କଲେଜ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଡଃ ଅଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ବିରଜା ଭୂମିର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ପ୍ରାରମ୍ଭିକ ସୂଚନା ଦେଇଥିଲେ l ସଭାରେ ଉପସ୍ଥିତ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଅଞ୍ଚଳରେ ଦେଖା ଦେଇଥିବା ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସଙ୍ଗେସଙ୍ଗେ ସମାଧାନ ପାଇଁ ସ୍ଥାନୀୟ ବିଧାୟକ ତଥା ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ l ବଡଚଣା ଗଣ୍ଠି ଛକ ନିକଟରେ ଥିବା ଦୁଇଟି ଶିକ୍ଷା ଅନୁଷ୍ଠାନ ଥିବାରୁ ସରକାରୀ ମଦ ଦୋକାନ ଅନ୍ୟତ୍ର ଉଠେଇନେବା,ଟୋଲ ଚାର୍ଜ ଫାଙ୍କିବାକୁ ଏହି ରାସ୍ତାରେ ଚଳାଚଳ କରୁଥିବା ବହୁ ଯାନବାହାନ ଚଳାଚଳକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଥିଲା l ରୋଗଗ୍ରସ୍ଥ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଅଜିତ ପ୍ରସାଦ ମିଶ୍ର ଓ ସଭ୍ୟ ଦୈତାରୀ ରଣାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା l ଏତଦ୍ ଭିନ୍ନ ନିଶା ନିବାରଣ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରିବାକୁ ନିଷ୍ପତ୍ତି ନିଆଗଲା lଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ନାୟକ, ଅନନ୍ତ କିଶୋର ରାଉତ, ପ୍ରସନ୍ନ ମହାରଣା, ମାର୍କଣ୍ଡ ଓଝା, ପୁରୁଷୋତ୍ତମ ସାହୁ, ନିରଞ୍ଜନ ରାଉତ, ଅଚ୍ୟୁତାନନ୍ଦ ସାହୁ ପ୍ରମୂଖ ବହୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ପରିଶେଷରେ ମାନବାଧିକାର ସଂଗଠନ ପକ୍ଷରୁ ଆଶୁତୋଷ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *