February 5, 2026
Home » ବର୍ଣ୍ଣାଢ଼୍ୟ ପରିବେଶ ରେ ଧର୍ମଗଡ ରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬

ବର୍ଣ୍ଣାଢ଼୍ୟ ପରିବେଶ ରେ ଧର୍ମଗଡ ରେ ଆରମ୍ଭ ହେଲା କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୬

0
WhatsApp Image 2026-01-16 at 12.50.42 PM

ଧର୍ମଗଡ଼:ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଗତ କାଲି ଧର୍ମଗଡ଼ ଠାରେ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଆରମ୍ଭ ହୋଇଛି। ଏନେଇ ସକାଳେ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଯାତ୍ରା ମା ଙ୍କ ମନ୍ଦିରରୁ ପ୍ରବଳ ଜନସମାଗମ ମଧ୍ୟରେ ଉତ୍ସବ ମଞ୍ଚ କୁ ଆସିଥିଲେ। ପୂଜାର୍ଚ୍ଚନା ପରେ ମା ଙ୍କ ସଦୃଶ କଳସ କୁ ମଞ୍ଚ ରେ ସ୍ଥାପନା କରାଯାଇଥିଲା । ଉତ୍ସବ ତିନି ଦିନ ମା ମଞ୍ଚ ଉପରେ ପୂଜା ପାଇବେ। କଳସ ଯାତ୍ରା କମିଟି ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମା ଙ୍କ ଶୋଭାଯାତ୍ରା ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥଲା। ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ତଥା ଉତ୍ସବ କମିଟି ଅଧ୍ୟକ୍ଷା ପ୍ରେକ୍ଷା ଅଧ୍ୟକ୍ଷତା ରେ ଆୟୋଜିତ ସାଂସ୍କୃତିକ ସାନ୍ଧ୍ୟ ରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ମୂଖ୍ୟ ଅତିଥି ଭାବେ ଯୋଗ ଦେଈ କଳାହାଣ୍ଡି ର କଳା ସଂସ୍କୃତି ବିଶ୍ଵ ବିଦିତ ବୋଲି କହିବା ସହ କଳାହାଣ୍ଡି ର କଳା ଓ କଳାକାର ଏହି ଉତ୍ସବ ମାଧ୍ୟମ ରେ ଆହୁରି ପ୍ରସ୍ପୁଟିତ କରି ପାରୁଛନ୍ତି ବୋଲି କହି ଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ଯୋଗ ଦେଇ କଳା ଓ ସଂସ୍କୃତି କୁ ବିଶ୍ବ ଦରବାର ରେ ପହଞ୍ଚାଇବା କୁ ରାଜ୍ୟ ସରକାର ଯଥେଷ୍ଟ ଉଦ୍ୟମ କରୁଥିବା ନେଇ କହି ଥିଲେ । ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସହ ଜିଲ୍ଲାପାଳ ଅଜିତ ଶବର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ ସନ୍ଧ୍ୟା ରେ ନେଗି ଗୁଡା ର ଘୁମୁରା ନୃତ୍ୟ , ଜଗତସିଂପୁର ର ଚଇତି ଘୋଡ଼ା , କଟକ ର ସିଂହମ ଡେନ୍ସ, ହେଲୋ କିଡସ ର ଓଡିଶୀ, ଗଞ୍ଜାମ ର କଣ୍ଢେଇ ନାଚ, ହରିୟାଣା ର ଘୁମର ଲୋକ ନୃତ୍ୟ ପରିବେଷିତ ହୋଇ ଥିଲା। ଷ୍ଟାର ନାଇଟ ପ୍ରୋଗ୍ରାମ ରେ ସର୍ବେଶ୍ଵର ଭୋଇ ଓ ସାଥୀ ଙ୍କ ନୃତ୍ୟ ଗୀତ ରେ ଧର୍ମଗଡ଼ ମଞ୍ଚ ଦୁଲୁକି ଉଠିଥିଲା। ସାଂସ୍କୃତିକ ସନ୍ଧ୍ୟା କୁ ଜ୍ଞାନେନ୍ଦ୍ର ଭୋଇ, ରାଜେନ୍ଦ୍ର ମୁନି, ଚିତ୍ତ ରଞ୍ଜନ ଦଳପତି, ସଞ୍ଜୀବ କୁମାର ମୁଣ୍ଡ ପ୍ରମୁଖ ପରିଚାଳନା କରି ଥିଲେ । ସାଜସଜ୍ଜା କୁ ନେଇ ଧର୍ମଗଡ଼ ଉତ୍ସବ ସବୁବେଳେ ଚର୍ଚ୍ଚାରେ ରହିଛି। ଚଳିତ ବର୍ଷ କଳାହାଣ୍ଡିର କନ୍ଦାଗଡ ର ପଥର ଶିଳ୍ପକୁ ମଞ୍ଚରୂପ ଦିଆଯାଇଛି। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ କମିଟି ତରଫରୁ ବିଭିନ୍ନ ଷ୍ଟଲ ସହ ମିନା ବଜାର ବ୍ୟବସ୍ଥା କରାଯାଇଛି ।ଏଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *