ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ
ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟାଳୟ ପରିସର ଏବଂ ମେରଘରା ରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ,ସରପଞ୍ଚ ମନୋଜ କୁମାର ନାଏକ,ରାଜସ୍ୱ ନିରୀକ୍ଷକ ରଞ୍ଜିତା ପ୍ରଧାନ,କାଙ୍କେରି ରାଜସ୍ବ ନିରୀକ୍ଷକ ପ୍ରେମା ବାଣୁଆ,ରାଜସ୍ୱ ପରିଦର୍ଶକ ଚତୁର୍ଭୁଜ ନାଏକ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କୁ ଘର ଡ଼ିହ ପଟ୍ଟା ବଣ୍ଟନ କରିଥିଲେ ।

ଏଥିରେ ମେରଘରା ଗ୍ରାମର ୨୨ଜଣ ଓ ବ୍ରାହ୍ମଣ ଛେଣ୍ଡିଆ ର ୧୦ ଜଣ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା ।ସରକାର ବସୁନ୍ଧରା ଯୋଜନା ରେ ଭୂମି ହୀନ ହିତାଧିକାରୀ ଙ୍କୁ ଚିହ୍ନଟ କରି ଜମି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି।ଯାହା ରାଜସ୍ୱ ରଥ ମାଧ୍ୟମରେ ଗାଁ ଗାଁ ଯାଇ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଉଛି।ତେବେ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ହିତାଧିକାରୀ ଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅନେକ ହିତାଧିକାରୀ ଙ୍କୁ ଯୋଜନା ରେ ସାମିଲ କରାଯାଇ ଜମି ଓ ପଟ୍ଟା ଦେବା ବ୍ୟବସ୍ଥା କରାଯିବ ବୋଲି ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ କହିଛନ୍ତି।କାର୍ଯ୍ୟକ୍ରମ ରେ ତହସିଲ ର ଚନ୍ଦ୍ରକାନ୍ତ ଦୁରିଆ ଏବଂ ଶଶାଙ୍କ ଶେଖର ବିହାରୀ ସହଯୋଗ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
