ବାର୍ଷିକ କ୍ରୀଡା ଉତ୍ସବ ପାଳିତ
ସୁବର୍ଣ୍ଣପୁର: ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ନଅଗାଁ (ଖ ) ର ବାର୍ଷିକ କ୍ରୀଡା ଉତ୍ସବ ସଫଳ ଭାବେ ଏକ ଶୃଙ୍ଖଳିତ ମନୋରମ ପରିବେଶ ମଧ୍ୟରେ ସୁନ୍ଦର ଭାବେ ଉଦଯାପିତ ହୋଇଯାଇଛି। ପ୍ରଥମ ରୁ ପଞ୍ଚମ ଶ୍ରେଣୀ ବ୍ୟତୀତ ବାଟିକା ଓ ଅଙ୍ଗନବାଡି ଶ୍ରେଣୀ ରୁ ମଧ୍ୟ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ।ମ୍ୟୁଜିକ ଚେୟାର ଓ଼ ଜିଲାପି ଖିଆ ପ୍ରତିଯୋଗୀତା ସବୁଠାରୁ ମୁଖ୍ୟ ଆକର୍ଷଣ ଓ ଚିତ୍ତାକର୍ଷକ ହୋଇଥିଲା।ଶିକ୍ଷା କମିଟୀ ଓ ମାତୃ କମିଟୀ ସଦସ୍ୟ /ସଦସ୍ୟା ଙ୍କ ବିଶେଷ ସଂଖ୍ୟା ରେ ଉପସ୍ଥିତି ଅତିଥି ମାନଙ୍କୁ ଖୁସି ଓ ବିସ୍ମିତ କରିଥିଲା। ମୁଖ୍ୟ ଅତିଥି ଭାବେ ଗ୍ରାମର ବର୍ଷିଆନ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ବିନୋଦ ବିହାରୀ କୁଅଁର, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପଶାୟତ ଓ ଅତିଥି ଭାବେ ଗ୍ରାମର ଉଚ୍ଚ ବିଦ୍ୟାଳୟ ଅବସର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସୀତାରାମ ପଧାନ,ସି.ଆର.ସି.ସି ଶ୍ରୀଯୁକ୍ତ ହୃଷିକେଶ ପଧାନ ଓ କୁଟାସିଂହା କ୍ଲଷ୍ଟର ସି.ଆର.ସି.ସି. ଶ୍ରୀଯୁକ୍ତ ଦୋଳଗୋବିନ୍ଦ ସାହୁ ନିମନ୍ତ୍ରିତ ହୋଇଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ନୀଳକଣ୍ଠ ନନ୍ଦ ଙ୍କ ସମେତ ସହକାରୀ ଶିକ୍ଷକ ଶ୍ରୀ କୁଳମଣି ଛତ୍ରିଆ,ଶ୍ରୀ ସୁନୀଲ ଦୋରା ଓ ଶିକ୍ଷିକା ଶ୍ରୀମତୀ ଦିପ୍ତିମୟୀ ବିଶ୍ୱାଳ ଉତ୍ସବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଶେଷରେ ସମସ୍ତ ଛାତ୍ର ଛାତ୍ରୀ, ଅତିଥି, ସଦସ୍ୟ, ସଦସ୍ୟା ନାଚଗୀତ ର ତାଳେ ତାଳେ ଝୁମିଥିଲେ। ଆଜିର ପତାକା କୁ ଅବତରଣ କରି ପରିସମାପ୍ତି ଘୋଷଣା କରାଯାଇଥଲା l
ରିପୋର୍ଟ — ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
