March 22, 2026
Home » ବାଲିଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟର ସମୀକ୍ଷା କଲେ ଜିଲ୍ଲାପାଳ

ବାଲିଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟର ସମୀକ୍ଷା କଲେ ଜିଲ୍ଲାପାଳ

0
WhatsApp Image 2025-10-31 at 2.56.25 PM

 

କଟକ:  ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଐତିହାସିକ ବାଲିଯାତ୍ରା କଟକ ୨୦୨୫ର ସମସ୍ତ ଆୟୋଜନର ଚୂଡ଼ାନ୍ତ ପ୍ରସ୍ତୁତି ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବାଲିଯାତ୍ରା ପଡିଆ ପରିଦର୍ଶନ କରିଥିଲେ।

ବିଦ୍ୟୁତ ବ୍ୟବସ୍ଥା ସମେତ ସମସ୍ତ ନିରାପତ୍ତା ବ୍ୟବସ୍ଥା, ସୁରକ୍ଷା, ଶୌଚାଳୟ, ପାର୍କିଂ, ଯାନବାହନ ଚଳାଚଳ, ଆବଶ୍ୟକୀୟ ରାସ୍ତାଘାଟ ନିର୍ମାଣ ଓ ମହାନଗର ନିଗମ ଦ୍ବାରା ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଆଦି ସମ୍ପର୍କରେ ସେ ସମୀକ୍ଷା କରିଥଲେ। ଏଥିସହ ଓରମାସ ଷ୍ଟଲ୍ ନିର୍ମାଣ, ଉଭୟ ମଞ୍ଚ ନିର୍ମାଣ, ଓଡ଼ିଆ ପୁସ୍ତକ ସଂଗ୍ରହ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରିଥଲେ।

ଚଳିତ ବର୍ଷ ବାଲିଯାତ୍ରାରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ପ୍ରାଶାସନିକ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିଷ୍ଠାପର ଓ ଦାୟିତ୍ୱର ସହ କାର୍ଯନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ତଳ ବାଲିଯାତ୍ରା ପଡ଼ିଆରେ କଟକ ଇନ୍ କଟକଠାରେ ଅଧିକାରୀ ଓ ଇଭେଣ୍ଟ ଗ୍ରୁପ ସହ ବାଲିଯାତ୍ରା ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟର ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା। କଟକ ମହାନଗର ନିଗମ ଆୟୁକ୍ତ ସୁଶ୍ରୀ କିରନଦୀପ କୌର ସହୋତାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

 

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *