ବାଲୁକାକଳା ମାଧ୍ୟମରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା
ସାଧାରଣତନ୍ତ୍ର ଦିବସକୁ ସାରା ଭାରତରେ ଏବେ ଉତ୍ସାହର ମାହୋଲ୍। ଆଜି ଦେଶ ପାଳନ କରୁଛି 77ତମ ସାଧାରଣତନ୍ତ୍ର ଦିବସ l । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ସାରା ଭାରତବାସୀଙ୍କୁ ଜଣାଇଛନ୍ତି। ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ସୁଦର୍ଶନ ସାଧାରଣତନ୍ତ୍ର ଦିବସକୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି। ଏହି ବାଲୁକାକଳାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
