July 28, 2025
Home » ବିଏସଏଫ କ୍ୟାମ୍ପ ଏବଂ ୧୭୭ ବାଟାଲିୟନ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବିପୁଳ ପରିମାଣର ମାଓ ଡମ୍ପ ଠାବ

ବିଏସଏଫ କ୍ୟାମ୍ପ ଏବଂ ୧୭୭ ବାଟାଲିୟନ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବିପୁଳ ପରିମାଣର ମାଓ ଡମ୍ପ ଠାବ

0
WhatsApp Image 2024-11-11 at 10.05.36 PM

ମାଲକାନଗିରି ଜିଲ୍ଲା ଯନ୍ତ୍ରୀ ଠାରେ ଥିବା ବିଏସଏଫ କ୍ୟାମ୍ପ ଏବଂ ୧୭୭ ବାଟାଲିୟନ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବିପୁଳ ପରିମାଣର ମାଓ ଡମ୍ପ ଠାବ ହୋଇଛି। ମିଳିତ ସର୍ଚ୍ଚ ଅପରେସନ ୧୦ ନଭେମ୍ବରରୁ ଜାରି ରହିଛି। ଉକ୍ତ ସର୍ଚ୍ଚ ଅପରେସନଟି ଯୋଡାଆମ୍ବ ଥାନା ଅନ୍ତର୍ଗତ ଯତ୍ନୀ ପଞ୍ଚାୟତର ଅରଲିପଦା ଓ ତାବେର ଗାଁକୁ ଯୋଡୁଥ‌ିବା ସଡକ କଡ଼ରୁ ଜିଲେଟିନ ଶ୍ଲୋକ ୫୬, ଡେଟୋନେଟର ୧୩,ତାର ୩୦ ମିଟର , ବିଦ୍ୟୁତ ତାର ୩୦ ମିଟର , ବ୍ୟାଟେରୀ ୧ ଓ ସିଡି ୧, ଷ୍ଟାମ୍ପ ପ୍ୟାଡ ୨, ମାଓ ସାହିତ୍ୟ ୭, ଡାଏରୀ ୮, ଆଟାଚି ସହ ବିପୁଳ ପରିମାଣର ମାଓ ଡମ୍ଫ ଠାବରୁ ଜବତ କରି ଏକ ବଡ ସଫଳତା ହାସଲ କରିଛି ବିଏସଏଫ।
ପ୍ରକାଶ ଥାଉ କି ଯେ ଦୁଇ ଦିନ ପୂର୍ବରୁ ଓଡ଼ିଶା ପୋଲିସ ଡିଜିପି ୱାଇ ଏସ ଖୁରାନିଆ ମାଲକାନଗିରି ଗସ୍ତରେ ଆସି ମାଓ ଦମନ ପାଇଁ ବିଭାଗୀୟ ବରିଷ୍ଟ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଥିଲେ । ତାପରେ ବିଏସଏଫ ର ଉକ୍ତ ମାଓ ଡମ୍ପ ଠାବ ଏକ ଶକ୍ତ ଧକ୍କା ସହ ମାଓ ମନବଳକୁ ଦୁର୍ବଳ କରିଥିବା ବେଳେ ଏକ ଦାୟିତ୍ୱ ପୂର୍ଣ୍ଣ କଡା ସୁରକ୍ଷା ଯୋଗାଇ ସ୍ଥାନୀୟ ଆଦିବାସୀ ଅଞ୍ଚଳବାସୀଙ୍କ ମଧ୍ୟରେ ବିଏସଏଫ ପ୍ରତି ସୁରକ୍ଷିତ ମନସ୍ତତ୍ୱକୁ ସୁଦୃଢ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *