ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବାରକୋଟ ବିଡ଼ିଓ ଙ୍କୁ ଫୋନ୍ ଯୋଗେ ଧମକ

ଗତ ତା 30/012025 ଦିନ ସକାଳ ନଅ ଟା ସମୟରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବାରକୋଟ ବିଡ଼ିଓ ସ୍ମୃତି ରଞ୍ଜନ ସାହୁ ଙ୍କୁ ଫୋନ୍ ଯୋଗେ ଗାଳିଗୁଲଜ ଓ ଧମକ ଦେଇଥିବା ବିଡ଼ିଓ ସ୍ମୃତି ରଞ୍ଜନ ସାହୁ ପ୍ରତିକ୍ରିୟା ରଖିଛନ୍ତି l ସୂଚନା ମିଳେ କି ୩୧ ଜାନୁଆରୀ ଦିନ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସମ୍ମୁଖରେ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମହୋଦୟ ବିଡ଼ିଓ ସ୍ମୃତିରଞ୍ଜନ ସାହୁ ଙ୍କ କୁଶ ପୁତୁଲିକା ଦାହ ଓ ଭିଜିଲାନ୍ସ ତଦନ୍ତ ଦାବି ଓ ନିଜ ଲୋକଙ୍କୁ ଠିକା କାମରେ ସମ୍ପୃକ୍ତି ଓ ପିସି କାରବାର ରେ ସମ୍ପୃକ୍ତି ପ୍ରତିବାଦ କରିଥିଲେ, ଏହି ଘଟଣା ସମଗ୍ର ଦେବଗଡ଼ ଜିଲ୍ଲାରେ ଚର୍ଚ୍ଚା ର ବିଷୟ ଚାଲିଥିଲା ବେଳେ ବିଧାୟକ ଙ୍କ ଏହି ଭଳିଆ ଆଚରଣ ଵିଧି ସମିଧାନା ପାଇଁ ଶୁଭ ଙ୍କର ନୁହେଁ ବାରକୋଟ ବ୍ଲକ ର ସମସ୍ତ କର୍ମ ଚାରି ଭୟବିତ୍ତ ରେ ଥିବା BDO ସୂଚନା ଦେଇଥିଲେ ଆଗାମୀ ଦିନରେ ବିଧାୟକ ଙ୍କ ଦେଓଗଡ ଜିଲ୍ଲା ପାଇଁ ବିକାଶ ହେବା ପାଇଁ ଜନ ସାଧାରଣ ନିର୍ବାଚିତ କରିଥିଲେ, କିନ୍ତୁ ଆଗାମୀ ଦିନରେ ଦେଓଗଡ଼ ଜିଲ୍ଲା ବିକାଶ ଦିଗରେ ବାଧା ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ଚବିଶ ବର୍ଷ ଧରି ବାହା ବାହା ନେଉଥିବା ବିଜେଡି ସରକାର ଆଜି ପଦାରେ ପଡିଛି ବର୍ତ୍ତମାନ ସୁଦ୍ଧା BDO ଙ୍କ ଜୀବନ ପ୍ରତି ବିପଦ ଥିବା ଓ ଆଗାମୀ ଦିନରେ କୌଣସି ଅସୁବିଧା ହେଲେ ବିଧାୟକ ଏବଂ ବିଧାୟକ ଙ୍କ ସମର୍ଥକ ମାନେ ଦାଈ ରହିବେ ବୋଲି ଜିଲ୍ଲା ପୋଲିସ ପ୍ରଶାସନ ଓ ଜିଲ୍ଲାପାଳ ମହୋଦୟ ଙ୍କୁ ଅବଗତ କରିଛନ୍ତି।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )