July 27, 2025
Home » ବିଦେଶରେ ଓଡ଼ିଆ କଳା, ସଂସ୍କୃତି ଓ ଓଡିଶୀ ନୃତ୍ୟକୁ ପ୍ରଚାରିତ କରିବା ମୋ ଲକ୍ଷ୍ୟ

ବିଦେଶରେ ଓଡ଼ିଆ କଳା, ସଂସ୍କୃତି ଓ ଓଡିଶୀ ନୃତ୍ୟକୁ ପ୍ରଚାରିତ କରିବା ମୋ ଲକ୍ଷ୍ୟ

0
puri-odi

ଆନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ବୈଶାଳୀ ମହାନ୍ତି ଜନ୍ମ ଶ୍ରୀକ୍ଷେତ୍ର ମାଟିରେ, କର୍ମଭୂମି ବିଦେଶରେ ସେ ବର୍ତ୍ତମାନ ଜାତିସଙ୍ଘ ର ଜଣେ ଉଚପଦବୀ ପଦବୀରେ ଅଧିକାରିଣୀ ହୋଇ ରୋମରେ କାର୍ଯ୍ୟରତ ହେଲେ ନିଜର ସଂକୃତି, ପରମ୍ପରା କୁ ଭୁଲିନାହାନ୍ତି। ସେ ବିଦେଶରେ ଏକ ଅନୁଷ୍ଠାନ “ଡି ସେଣ୍ଟର ଫର ପିସ ଆଣ୍ଡ ପରଫମିଙ୍ଗ ଅଟସ” ନାମରେ ଏକ ସଂସ୍ଥା ଗଠନ କରି ବସ୍ତି ଅଂଚଳରେ ରହୁଥିବା ଲୋକମାନଙ୍କୁ ସାମାଜିକଓ ଅର୍ଥନୈତିକ କାର୍ଯ୍ୟକ୍ରମ ରେ ସଚେତନତା ସୃଷ୍ଟି କରାଇବା କାର୍ଯ୍ୟ ହାତକୁ ନେଇଛନ୍ତି, ଏବେ ନିକଟରେ ସେ ଓଡିଶାକୁ ଛୁଟିରେ ଆସିଥିବା ସମୟରେ ଭୁବନେଶ୍ୱର ସ୍ଥିତ ହରେକୃଷ୍ଣ ବସ୍ତି ରେ ପ୍ରଥମ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରି ବସ୍ତି ବାସିନ୍ଦାଙ୍କୁ ଭିଭିର୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଭିନାଶ ସ୍ୱାଇଁ ଓ ସୌମ୍ୟ ବିଶ୍ୱଜିତ ସଂଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ସାହିତିକା ତଥା ସମାଜ ସେବୀ ମାନସୀ ପ୍ରଧାନ ଯୋଗଦେଇଥିଲେ। ଏସମ୍ପର୍କରେ ପୁରୀଠାରେ ନିଜ ପ୍ରତିକ୍ରିୟା ଦେଇ କୁହନ୍ତି….

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *