December 26, 2025
Home » ବିଧାନସଭା ଘେରାଉ ପାଇଁ  ନୟାଗଡ଼ରେ ଅଙ୍ଗନବାଡ଼ି ୱାର୍କର୍ସ ଆସୋସିଏନର ପ୍ରସ୍ତୁତି ବୈଠକ

ବିଧାନସଭା ଘେରାଉ ପାଇଁ  ନୟାଗଡ଼ରେ ଅଙ୍ଗନବାଡ଼ି ୱାର୍କର୍ସ ଆସୋସିଏନର ପ୍ରସ୍ତୁତି ବୈଠକ

0
unnamed (1)
ନୟାଗଡ଼ : ନୟାଗଡ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କରସ ଆସୋସିଏସନର ନୟାଗଡ ଶାଖାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସନ୍ତା ୨୪ ତାରିଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ଦରମା ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରିବାପାଇଁ ବିଧାନ ସଭା ଆଗରେଏକ ଦିବସୀୟ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।ଏହି ବୈଠକର ରାଜ୍ୟ ସମ୍ପାଦିକା କୁଞ୍ଜଲତା ଦାସ ,ଜିଲ୍ଲା ସଭାପତି ଜ୍ୟୋସ୍ନା ମୟୀ ପଣ୍ଡା, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ସେଠୀ, ଜିଲ୍ଲା କୋଷାଧ୍ୟକ୍ଷ ବାସନ୍ତୀ ପ୍ରଧାନ,ବିଏମଏସ ଜିଲ୍ଲା ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର  ଓ ସମସ୍ତ ବ୍ଲକର ସଭାପତି, ସମ୍ପାଦକ ଓ ଜିଲ୍ଲାର ଅନ୍ୟାନ୍ୟ ଅଙ୍ଗନୱାଡ଼ି କର୍ମୀ ସମୂହ  ଅଂଶ ଗ୍ରହଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *