March 28, 2026
Home » ବିନା ପଞ୍ଜିକରଣ ରେ ବେଆଇନ ବ୍ୟବସାୟ:ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ

ବିନା ପଞ୍ଜିକରଣ ରେ ବେଆଇନ ବ୍ୟବସାୟ:ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ

0
WhatsApp Image 2026-03-27 at 9.09.48 PM

ପର୍ଯ୍ୟଟନ ସହର ପୁରୀ ରେ ରହିଛି ଏକ ହଜାର ରୁ ଅଧିକ ହୋଟେଲ , ଲଜିଂ , ଗେଷ୍ଟ ହାଉସ ଓ ହୋମ ଷ୍ଟେ। ତେବେ ଉଦବେଗ ର ବିଷୟ ଅଳ୍ପ କିଛି ବଡ ହୋଟେଲ କୁ ଛାଡି ଦେଲେ ଅଧିକାଂଶ ହୋଟେଲ, ଲଜ୍, ଗେଷ୍ଟ ହାଉସ ଓ ହୋମଷ୍ଟେ ରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଯଦି କିଛି ଅଗ୍ନିକାଣ୍ଡ ଘଟଣା ଘଟେ ଅନେକ ଲୋକ ଙ୍କ ଜୀବନ ହାନି ର ହେବାର ଆଶଙ୍କା ରହିଛି। ଶ୍ରୀମନ୍ଦିର ଚାରିପାଖରେ ଥିବା ସାହି ଗୁଡ଼ିକ ରେ ଲୋକ ମାନେ ନିଜର ଆବାସିକ ଘର କୁ ଲଜ୍, ହୋମଷ୍ଟେ କରି ଯାତ୍ରୀ ରହଣି ବ୍ୟବସାୟ କରୁଛନ୍ତି। ବିନା ପଞ୍ଜିକରଣ ରେ ବେଆଇନ ଭାବରେ ଏହି ବ୍ୟବସାୟ କରୁଛନ୍ତି। ହେଲେ ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିନାହାନ୍ତି। ଶ୍ରୀମନ୍ଦିର ଚାରିପାଖ ରେ ଥିବା ସାହି ଗୁଡ଼ିକର ବହୁତ୍ ଅଣ ଓସାରିଆ ରହିଚି। ଏଣୁ ସାହି ଭିତରେ ଥିବା କୌଣସି ଲଜ୍, ହୋମଷ୍ଟେ ରେ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ବାହିନୀ ର ଗାଡ଼ି ଘଟଣା ସ୍ଥଳ କୁ ପହଞ୍ଚି ପାରିବ ନାହିଁ।

ଜଦି କିଛି ଅଗ୍ନିକାଣ୍ଡ ଘଟେ ଅନେକ ଯାତ୍ରୀ ଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ଏଣୁ ତୁରନ୍ତ ପ୍ରଶାସନ ପକ୍ଷରୁ ବିଭିନ୍ନ ସାହି ଗଳି ରେ ଥିବା ବେଆଇନ ଲଜ୍, ହୋମଷ୍ଟେ ଉପରେ ଚଢ଼ାଉ କରାଯାଇ ଏହାକୁ ସିଲ୍ କରିବାକୁ ବୁଦ୍ଧିଜୀବି ମତ ଦେଇଛନ୍ତି। ଯେଉଁମାନେ ଆଇନ ଅନୁଯାୟୀ ଲଜ୍, ହୋମଷ୍ଟେ କରିଛନ୍ତି ସେମାନେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ବାଧ୍ୟତାମୂଳକ ନିୟମ କରାଯାଉ। ଏହା ଦ୍ଵାରା କୌଣସି ଅଗ୍ନିକାଣ୍ଡ ଘଟଣା ଘଟିଲେ ତତ୍କାଳ ଅଗ୍ନି କୁ ଆୟତ୍ତ କରିହେବ। ସେହିପରି ପୁରୀ ସହର ରେ ଥିବା ପ୍ରତ୍ୟେକ ହୋଟେଲ କର୍ମଚାରି ଙ୍କୁ ଅଗ୍ନିକାଣ୍ଡ ବେଳେ କିଭଳି ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ଅଗ୍ନିକାଣ୍ଡ କୁ ରୋକିହେବ ତାହା ଅଗ୍ନିସମ ବାହିନୀ ପକ୍ଷରୁ ନିରନ୍ତର ଭାବେ ପ୍ରଶିକ୍ଷଣ ଦିଆଯାଉ। ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀ ରେ ଥିବା ସବୁ ହୋଟେଲ, ଲଜ୍, ଗେଷ୍ଟ ହାଉସ କୁ କଡା ଯାଞ୍ଜ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି କରାଯାଉ। ରଥଯାତ୍ରା ପୂର୍ବରୁ କେବଳ ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ କିଛି ହୋଟେଲ, ଲଜ ଉପରେ ଚଢ଼ାଉ କରାଯାଇ ଜୋରିମାନା ଆଦାୟ କରାଯାଉଛି। ତେବେ ଏହି କାର୍ଯ୍ୟନୁଷ୍ଠାନ ଧାରା କୁ ବର୍ଷ ତମାମ କରାଯାଉ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି। ଜଗନ୍ନାଥ୍ ଧାମ ପୁରୀ କୁ ପ୍ରତିବର୍ଷ ପର୍ଯ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ସେହି ଅନୁସାରେ ହୋଟେଲ, ଲଜ୍ ରହିବା ପାଇଁ ନାହିଁ। ଏଣୁ ଏହାର ଫାଇଦା ଉଠାଇ କିଛି ବ୍ୟକ୍ତି ବେଆଇନ ଭାବରେ ବିଭିନ୍ନ ସାହି ଗଳି ରେ ଘର ଗୁଡିକୁ ଲଜ୍, ହୋମଷ୍ଟେ କରି ବ୍ୟବସାୟ କରୁଛନ୍ତି। ବିନା ପଞ୍ଜିକରଣ ରେ , ବିନା ଅଗ୍ନି ନିରାପତ୍ତା ସାର୍ଟିଫିକେଟ ରେ ଯାତ୍ରୀ ଙ୍କ ଜୀବନ କୁ ବିପଦ ରେ ପକାଇ ଏହି ବ୍ୟବସାୟ ଚାଲିଚି। ପୁରୀ ପୌରପାଳିକା ର କିଛି କର୍ମଚାରି ଙ୍କୁ ହାତଗୁଞ୍ଜା ଦେଇ ଏହି ବେଆଇନ ବେପାର ଚାଲିଥିବା ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି। ଯାହାକି ଆଗାମୀ ଦିନରେ ବଡ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରିଛନ୍ତି। ପୁରୀ ସହର ରେ ରହିଥିବା ପ୍ରତ୍ୟେକ ହୋଟେଲ, ଲଜ୍, ଗେଷ୍ଟ ହାଉସ, ହୋମଷ୍ଟେ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି କରାଯିବାକୁ ପୁରୀ ବାସିନ୍ଦା ଦାବି କରିଛନ୍ତି।ବୁଦ୍ଧିଜୀବି ଶରତ କୁମାର ରାୟଗୁରୁ ନିଜ ପ୍ରତିକ୍ରିୟାରେ କୁହନ୍ତି, କଟକ ଏସସିବି ରେ ଅଗ୍ନିକାଣ୍ଡ ଘଟଣା ଆମ ପାଇଁ ଏକ ଶିକ୍ଷା। ପ୍ରତ୍ୟେକ ସହର ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି କରାଯାଉ। ଉଦବେଗ ର କଥା ପୁରୀ ସହର ରେ ଅଧିକାଂଶ ହୋଟେଲ, ଲଜ୍ ସମେତ ଅନେକ ବ୍ୟବସାୟ ପ୍ରତିଷ୍ଠାନ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଫାୟାର ସାର୍ଟିଫିକଟ ନାହିଁ। କେମିତି ହୋଟେଲ, ଲଜ୍ ବ୍ୟବସାୟ ଚାଲିଚି ସେ ନେଇ ଏବେ ପ୍ରଶ୍ନ ଉଠୁଛି। ସେହିପରି ପୁରୀ ରେ ଯେଉଁ ସାହି ଗଳି ରେ ହୋମଷ୍ଟେ ବ୍ୟବସାୟ ଚାଲିଚି ରାସ୍ତା ଅଣ ଓସାରିଆ ଥିବାରୁ ଅଗ୍ନିକାଣ୍ଡ ଘଟିଲେ ଅଗ୍ନିଶମ ଗାଡି ସେଠାରେ ପହଞ୍ଚି ପାରିବନି। ଏଣୁ କିଛି ଅଗ୍ନିକାଣ୍ଡ ଘଟିଲେ ଅନେକ ଧନ ଜୀବନ କ୍ଷତି ହେବାର ଆଶଙ୍କା ରହିଛି।

କେବଳ କିଛି ଅଘଟଣ ଘଟିଲେ କେବଳ ମକ ଡ୍ରିଲ୍ କରିଦେଇ ବସିଗଲେ କିଛି ହେବ ନାହିଁ। ଏଣୁ ସବୁ ହୋଟେଲ, ଲଜ୍, ବ୍ୟବସାୟ ପ୍ରତିଷ୍ଠାନ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଉ। ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ନ ହେଲା ଯାଏ ହୋଟେଲ, ଲଜ୍ ଖୋଲିବା ଉପରେ କଟକଣା ଲଗାଯାଉ।ପୁରୀ ବାସିନ୍ଦା ଶ୍ୟାମ ସୁନ୍ଦର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଏସ ସି ବି ରେ ଅଗ୍ନିକାଣ୍ଡ ଘଟଣା ପରେ ସରକାର ତତ୍ପର ହୋଇଛନ୍ତି। ପୁରୀ ମେଡିକାଲ ରେ ଅଗ୍ନି ନିରାପତ୍ତା ନେଇ ଅଗ୍ନିଶମ ବାହିନୀ ପକ୍ଷରୁ ମକ ଡ୍ରିଲ୍ କରାଯାଇଛି। ତେବେ ପୁରୀ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯାତ୍ରୀ ମାନେ ରହୁଥିବା ବଡ ବଡ ବିଲ୍ଡିଙ୍ଗ, ହୋଟେଲ, ଲଜ୍ ରେ ମଧ୍ୟ ଏହି ମକ ଡ୍ରିଲ୍ ହେଉ। ପ୍ରତ୍ୟେକ ହୋଟେଲ, ଲଜ କର୍ମଚାରି ଙ୍କୁ ଅଗ୍ନି କାଣ୍ଡ ମୁକାବିଲା ନେଇ ପ୍ରଶିକ୍ଷଣ ଦିଆଯାଉ। ଏହା ଦ୍ଵାରା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ବଡ ଅଗ୍ନିକାଣ୍ଡ କୁ ରୋକାଯାଇପାରିବ। ଶ୍ରୀମନ୍ଦିର ଚାରିପାଖର ସାହି ଗୁଡ଼ିକ ରେ ଥିବା ଲଜ୍, ହୋମଷ୍ଟେ ଗୁଡ଼ିକ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ କଡାକଡି କରାଯାଉ। ଏହା ଦ୍ଵାରା ଅନେକ ଧନ ଜୀବନ ସୁରକ୍ଷା କରିହେବ।ପୁରୀ ଅଗ୍ନିଶମ କେନ୍ଦ୍ର ର ଆସିଷ୍ଟାଣ୍ଟ ଫାୟାର ଅଫିସର ପ୍ରଭାତ କୁମାର ରାଉତ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ସହର ରେ ଅନେକ ହୋଟେଲ, ଲଜ୍ ରହିଛି। ସେଗୁଡ଼ିକୁ ଯାଞ୍ଜ କରି ଆମେ ନୋଟିସ ଦେଉଛୁ। ଅନେକ ହୋଟେଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କଲେଣି। ଅନେକ ସଚେତନ ହେଲେଣି। ଯେଉଁ ମାନେ ନିୟମ ନମାନିବେ ସେମାନଙ୍କୁ ଆଗାମୀ ଦିନରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେବାକୁ ପଡ଼ିବ। ସବୁ ହୋଟେଲ ମାଲିକ ଙ୍କୁ ଆମେ ଅନୁରୋଧ କରୁଛୁ ସେମାନେ ହୋଟେଲ ରେ ଫେୟାର ଡିଟେକ୍ସନ ସିଷ୍ଟମ୍ ଲଗାନ୍ତୁ। ଏହା ଦ୍ଵାରା ଅଗ୍ନିକାଣ୍ଡ କୁ ୯୦ ପ୍ରତିସତ ରୋକିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *