ବିବାହରୁ ଫେରିବା ସମୟରେ ଦୁର୍ଘଟଣାରେ ବରଙ୍କ ସାନ ଭଉଣୀଙ୍କ ମୃତ୍ୟୁ
ବିବାହ ସାରି ଫେରିବା ସମୟରେ ଦୁର୍ଘଟଣାରେ ବରଙ୍କ ସାନ ଭଉଣୀଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ରାୟଗଡ଼ା ସହରର ଏକ ୱେବ ମିଡିଆରେ କାର୍ଯ୍ୟରତ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଓ ପ୍ରେସ୍ ଏବଂ କଲ୍ୟାଣ ସଂଘର ସଦସ୍ୟ ଗୋପୀନାଥ ଗୌଡ଼ାଙ୍କ ଝାରସୁଗୁଡା ଜିଲ୍ଲାର କୁଚିଣ୍ଡା ଠାରେ ୨୫/୧୧/୨୫ ତାରିଖରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ସରିବା ପରେ ବରଦଳ ବିବାହରୁ ଫେରୁଥିବା ସମୟରେ ସନ୍ଧ୍ୟାରେ କଟରଭାଗା ଥାନା ସୀମା ଅନ୍ତର୍ଗତ ଗୁମ୍ପଲେଇ ନିକଟରେ ବୋଲେର ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହେବା ଫଳରେ ଘଟଣା ସ୍ଥଳରେ ହିଁ ବର ଗୋପୀନାଥଙ୍କ ସାନଭଉଣୀ ଜୋତ୍ସ୍ନା ରାଣୀ ଗୌଡ଼ାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇବା କ୍ଷଣି ପୋଲିର୍ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ମୃତଦେହଟିକୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ବାହାର କରାଯାଇଥିଲା ।ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଆହତଙ୍କୁ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସାମ୍ବାଦିକ ସୁପ୍ରିୟା ଷଡ଼ଙ୍ଗୀଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାରେ ସ୍ତିତ ପଲ୍ସ ହସପିଟାଲକୁ ସ୍ତନତର ସ୍ଥାନାନ୍ତର କରାଯାଇ ଚିକିତ୍ସିତ ହେଉଛନ୍ତି।

ଗୋପୀନାଥ ଗୌଡ଼ାଙ୍କ ଭଉଣୀଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ପରିବାର ଓ ବନ୍ଧୁବର୍ଗଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜିଲ୍ଲାର ସାମ୍ବାଦିକଗଣ ମୃତକଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଥିବା ବେଳେ ବିଶାଖାପାଟଣାରେ ଚିକିତ୍ସିତ ଥିବା ମହିଳା ସାମ୍ବାଦିକଙ୍କ ଚିକିତ୍ସା ସୁବିଧା ନିମନ୍ତେ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
