August 27, 2025
Home » ବିବିଧା ଫାଉଣ୍ଡେସନ ଆର୍ଟ କଳଚର୍ ର ଅଷ୍ଟମ ବାର୍ଷିକ ଉତ୍ସବ

ବିବିଧା ଫାଉଣ୍ଡେସନ ଆର୍ଟ କଳଚର୍ ର ଅଷ୍ଟମ ବାର୍ଷିକ ଉତ୍ସବ

0
WhatsApp Image 2025-08-25 at 3.11.27 PM (1)

!
ଛତ୍ରପୁର: ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନରେ ଏକ ଦିନ ତମାମ ଧରି ସାଂସ୍କୃତିକ ବିଦ୍ଭବ ଭିତ୍ତିକ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାହିତ ହୋଇଯାଇଛି । ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଳଚର୍ ଅନୁଷ୍ଠାନ ର ଅଷ୍ଟମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତ୍ତି ମେଧାବୀ ନୃତ୍ୟ ଶିଳ୍ପୀଙ୍କ ଦ୍ଵାରା ସାଂସ୍କୃତିକ ପ୍ରତିଭା ପରିବେଷଣ ହୋଇ ଅଗଣିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସ୍ଵତନ୍ତ୍ର ଅଧିକାରୀ ଅମିୟ କୁମାର୍ ଧଳ (ଭୁବନେଶ୍ୱର) ମୁଖ୍ୟଅତିଥି ଭାବେ ଯୋଗଦେଇ ଗଞ୍ଜାମ ର ସଂସ୍କୃତି ଏକ ବିବିଧତା ମଧ୍ୟରେ ଭିନ୍ନ ଏକ ନିଆରା ଲୋକ ପରମ୍ପରା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲୋକ ସଂସ୍କୃତି ଗୁରୁ ଆଲୋକ ବିଷୋୟୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ପ୍ରଭାତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ
ଆନ୍ତଃ-ଜାତୀୟସ୍ତରରେ ସ୍ୱନାମଧନ୍ୟ ଓଡ଼ିଶୀ ନୃତ୍ୟଗୁରୁ ଅଳକା ସାହୁ, ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ୱାଦିକ ତଥା ଛତ୍ରପୁର କୋରୀଓ ଗ୍ରାଫର୍ ଆସୋସିଏସନ୍ ର ସଭପତି କେ.ସତ୍ୟନାରାୟଣ ରେଡ୍ଡୀ, ଆକାଶବାଣୀ ସ୍ବର ସଂଯୋଜକ ଅରୁଣ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ହୋଇ ମେଧାବୀ କଳା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରି ସମ୍ମାନୀତ କରିଥିଲେ ।।

chatrapur ru muna behera nka report

Leave a Reply

Your email address will not be published. Required fields are marked *