November 20, 2025
Home » ” ବିରଜା ଭୂମି “ସମ୍ବାଦପତ୍ରର ଆଲୋଚନା ଚକ୍ର

” ବିରଜା ଭୂମି “ସମ୍ବାଦପତ୍ରର ଆଲୋଚନା ଚକ୍ର

0
WhatsApp Image 2025-10-15 at 5.25.36 PM

 

ଚଣ୍ଡିଖୋଲ :- ମାନବାଧିକାର ସଂଗଠନ ସହଯୋଗରେ “ବିରଜା ଭୂମି” ପାକ୍ଷିକ ସମ୍ବାଦ ପତ୍ର ପକ୍ଷରୁ ଆୟୋଜିତ ମାସିକ ଆଲୋଚନା ଚକ୍ର ପତ୍ରିକାର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ସମାଜସେବୀ ହୃଦାନନ୍ଦ ଦାସ ଓ ପ୍ରଦୀପ ସାହୁଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା, ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା।ଏହି ଅବସର ପ୍ରାକ୍ତନ ପ୍ରାଧ୍ୟାପକ ଅନନ୍ତ କିଶୋର ରାଉତଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ତହସିଲ କାର୍ଯ୍ଯାଳୟରେ ଜାତିଗତ ତଥା ଆବାସିକ ପ୍ରମାଣ ପତ୍ର ପ୍ରଦାନରେ ଅହେତୁକ ବିଳମ୍ବ ପାଇଁ ଉଦବେଗ ପ୍ରକାଶ କରାଯାଇଥିଲା। ବଡଚଣା ବିଦ୍ୟୁତ୍ ଉପଖଣ୍ଡରେ ଘନଘନ ବିଦ୍ୟୁତ୍ କାଟ କରାଯିବା ଫଳରେ ଲୋକ ମାନେ ହଇରାଣ ହେଉଥିବରୁ ଘରୋଇ କମ୍ପାନୀର ଅବହେଳାକୁ ତୀବ୍ର ନିନ୍ଦା କରା ଯିବାସଙ୍ଗେସଙ୍ଗେ ବଡଚଣା ଠାରେ ଥିବା ବେଆଇନ ବରଫ କଳ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଥିବା କୂଅ, ପୋଖରୀରେ ଜଳ ସଙ୍କଟ ସୃଷ୍ଟି ହେଉଥିବାରୁ ଗ୍ରୀଷ୍ମ ଋତୁ ପୂର୍ବରୁ ଏହାର ପ୍ରତିକାର ଦାବୀ କରି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା,ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କିଣା ଯାଇଥିବା ଅଲଟ୍ରାସାଉଣ୍ଡ ମେସିନ୍ ଅପରେଟର ନଥିବାରୁ ରୋଗୀ ସେବାରେ ଲାଗି ପାରୁ ନଥିବା, ଗଣ୍ଠି ଛକ ଠାରେ ଥିବା ଶ୍ମଶାନ ଗୃହ ନିକଟରେ ଜଳ ଓ ଆନୁସାଙ୍ଗୀକ ସୁବିଧା ଅଭାବରୁ କାମରେ ଲାଗୁ ନଥିବା ଯୋଗୁଁ ଲୋକମାନେ ହଇରାଣ ହରକତ ହେଉଥିବା, ବସ୍ ରହଣିର ବ୍ୟବସ୍ଥା ନଥିବା ଆଦି ବହୁବିଧ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ, ବି.ଡି.ଓ., ତହସିଲ ଦାର, ଥାନା ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତ୍ତି ନିଆ ଗଲା।ଉକ୍ତ ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅନନ୍ତ କିଶୋର ରାଉତ, ଶିକ୍ଷାବିତ୍ ଗଙ୍ଗାଧର ନାୟକ, ମାନବାଧିକାର ସଂଗଠନର ସଭାପତି ଆଶୁତୋଷ ସାମଲ, ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଅଜିତ ପ୍ରସାଦ ମିଶ୍ର, ସମାଜସେବୀ ମହେନ୍ଦ୍ର ବେହେରା, ଶ୍ରମିକ ନେତା ନୀଳମଣି ରାଉତ, ପ୍ରାକ୍ତନ ଶିକ୍ଷକ ପ୍ରଫୁଲ୍ଲ ସାମଲ ଓ ପ୍ରହଲ୍ଲାଦ ସାହୁ ପ୍ରମୂଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପରିଶେଷରେ ଅଚ୍ୟୁତାନନ୍ଦ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *