July 5, 2025
Home » ବିରୁବାଇ ଠାରେ ଗୁଳି ବିନିମୟ ଘଟଣା। ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ।

ବିରୁବାଇ ଠାରେ ଗୁଳି ବିନିମୟ ଘଟଣା। ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ।

0
WhatsApp Image 2025-03-01 at 11.45.51 AM

ଗୁଣପୁର: ରାୟଗଡା ଜିଲା ରାମନାଗୁଡା ଥାନା ଅଧିନ ବିରୁବାଇ ଠାରେ ଗତ ୨୦୦୬ ମସିହାରେ ପୋଲିସ ଏବଂ ସିଆରପିଏଫ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣଆରେ ଗୁଣପୁର ସବଜଜ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ସବଜଜ ସନ୍ତୋଷ କୁମାର ମହାପାତ୍ର ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଯୋଗ୍ୟ ଯେ ବିରୁବାଇ ଠାରେ ମାଓ ବାଦି ରହୁଥିବା ଖବର ପାଇଁ ରାମନାଗୁଡା ,ଗୁଣପୁର ପୋଲିସ ସହ ସିଆରପିଏଫ ଯବାନ ମାନେ ଅପରସେନରେ ଯାଇଥିଲେ। ସେଠାରେ ସିଆରପିଏଫ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଳ ଥିଲା। ଗୁଳି ବିନିମୟ ସମୟରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିଲା।


ସେହି ସମୟରେ ପରିବାର ବର୍ଗ ଏହାର ବିରୋଧରେ ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ ଥିଲେ। ଏହାପରେ ଏହାପରେ ସରକ ସରକାରଙ୍କ ପକ୍ଷରୁ ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଗୁଳି ବିନିମୟ ଘଟଣାକୁ ନେଇ ଗୁଣପୁର ସବଜଜଙ୍କ କୋର୍ଟରେ ବିଚାରଣା ହୋଇଥିଲା ବିଚାରଣା ସମୟରେ ୧୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସମସ୍ତ ସାକ୍ଷ୍ୟ ଗ୍ରହଣ ପରେ ପ୍ରମାଣ ଅଭାବରୁ କୋର୍ଟ ରାୟ ଶୁଣାଇ କରି ଅଭିଯୁକ୍ତ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିଘୋଷରେ ଖଲାସ କରିଥିଲେ। ସବ୍ୟସାଚୀଙ୍କ ପାଇଁ ବହ୍ମାନନ୍ଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ଗୁଣୁପୁର ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।

Leave a Reply

Your email address will not be published. Required fields are marked *