February 10, 2026
Home » ବିଶିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଶିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-02-04 at 11.57.29 AM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ବିଶିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଦୁର୍ଗା ଚରଣ ଦୀପ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ମଧୁସୂଦନ ଓତା , ବିଶିମୁଣ୍ଡା ସରପଞ୍ଚ ଶ୍ରୀମତୀ ବିନ୍ଦୁ କୁମ୍ଭକାର,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଫକିର ଚରଣ ଭୋଇ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶାଶ୍ଵତ ତ୍ରିପାଠୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଚୈତନ୍ୟ ବିଶ୍ଵାଳ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଐତିହାସିକ ଶ୍ରୀଯୁକ୍ତ ସୁଦାମ ନାଏକ ଯୋଗ ଦେଇ ଏକ ମନ ମୁଗ୍ଧକର ଅଭିଭାଷଣ ରଖିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ମେହେର ବିବରଣୀ ପାଠ କରିଥିଲେ। ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବବିହାରୀ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀମତୀ ପ୍ରତିମା ସାହାଣୀ ଓ କୁନୁଲତା ସାହୁ ସହଯୋଗ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଖେଳ ଶିକ୍ଷକ ଶ୍ରୀଯୁକ୍ତ ଯୋଗେଶ୍ୱର ନାଗ ଓ ଆଲୁମିନି ଶିକ୍ଷକ ଶ୍ରୀଯୁକ୍ତ ଶିବାଶିଷ ବଘାର ପରିଚାଳନା କରିଥିଲେ। ବିଦ୍ୟାଳୟ ର ପରିଚାଳନା କମିଟି ସଭ୍ୟ ସଭ୍ୟା ସବୁ କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢାଇ ଥିଲେ। ଶିକ୍ଷୟିତ୍ରୀ ସୃଜନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *