February 9, 2026
Home » ବିଶ୍ବମ୍ଭର ବିଦ୍ୟାପୀଠ ରେ ପିଏମଶ୍ରୀ ଉତ୍ସବ ପାଳିତ।

ବିଶ୍ବମ୍ଭର ବିଦ୍ୟାପୀଠ ରେ ପିଏମଶ୍ରୀ ଉତ୍ସବ ପାଳିତ।

0
WhatsApp Image 2026-01-03 at 5.48.04 PM

ପୁରୀ: ଜାତୀୟ ଶିକ୍ଷା ନୀତି ର ମୁଖ୍ୟ ଉଦ୍ଦେଶ୍ୟ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମିର ବିକାଶ ସହ ବିଦ୍ୟାର୍ଥୀ ଙ୍କର ସର୍ବାଙ୍ଗୀନ ବିକାଶ ବୋଲି କହିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ବିଶ୍ବମ୍ଭର ବିଦ୍ୟାପୀଠ ପରିସରରେ ପିଏମଶ୍ରୀ ଉତ୍ସବ ପାଳିତ ହୋଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡା ପାତ୍ର ପାଠ ସହ ଅନ୍ୟାନ୍ୟ ଦିଗ ଯଥା କ୍ରିଡା,ସଂସ୍କୃତି,ଚିତ୍ରାଙ୍କନ, ବୈଷୟିକ ଜ୍ଞାନ ଇତ୍ୟାଦି କୁ ଗୁରୁତ୍ୱ ଦେଇ ଆଗକୁ ବଢିବା ପିଏମଶ୍ରୀ ବିଦ୍ୟାଳୟ ର ଉଦ୍ଦେଶ୍ୟ।ଆମ ଜିଲ୍ଲା ରେ ୨୭ ଟି ପିଏମଶ୍ରୀ ବିଦ୍ୟାଳୟ ହୋଇଛି।୨୦୩୬ ମସିହା କୁ ବିକଶିତ ଓଡିଶା ଓ ୨୦୪୭କୁ ବିକଶିତ ଭାରତର ପରିକଳ୍ପନା କୁ ଆମ ସମସ୍ତଙ୍କ ଉଦ୍ୟମ ରେ ସଫଳ କରିବା ବୋଲି ସେ କହିଥିଲେ।ପୁରାତନ ଛାତ୍ର ଛାତ୍ରୀ ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ ରେ ନିୟୋଜିତ ରହିଛନ୍ତି ସେମାନ ଙ୍କୁ ବିଦ୍ୟାଳୟ ମାନଙ୍କୁ ଆମନ୍ତ୍ରଣ କରି ଅଭିଜ୍ଞତା ଓ ଅନୁଭବ କୁ ବର୍ତ୍ତମାନ ର ପିଢ଼ି ମାନଙ୍କୁ ଶୁଣେଇବାକୁ ଡା ପାତ୍ର ପରାମର୍ଶ ଦେଇଥିଲେ।ପରେ ସାଂସଦ ଙ୍କ ପରାମର୍ଶ କ୍ରମେ ସମସ୍ତେ ଗତକାଲି ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଶିଶୁ ଶ୍ରେୟାଂଶ ଦେ ଙ୍କ ଆତ୍ମା ର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା


ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଶିକ୍ଷକ, ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କ ସହ ସୁସମନ୍ବୟ ଏବଂ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମି ର ବିକାଶ ଶିକ୍ଷା ପ୍ରତି ପିଲା ମାନଙ୍କୁ ଅଧିକ ପ୍ରେରଣା ଦେବ ବୋଲି କହିଥିଲେ।ପ୍ରାରମ୍ଭରେ ଅତିଥି ମାନେ ବିଦ୍ୟାଳୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ ପ୍ରକଳ୍ପ କୁ ବୁଲି ଦେଖି ଥିଲେ।ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ ଭାରତ ରେ ୧୪୫୦୦ ରୁ ଉର୍ଦ୍ଧ୍ବ ବିଦ୍ୟାଳୟ ରେ ପିଏମଶ୍ରୀ ବିଦ୍ୟାଳୟ କାର୍ଯ୍ୟକାରୀ ହେଉଛି ଓ ବିଦ୍ୟାଳୟ ର ବିକାଶ ଓ ଶିକ୍ଷା ର ଉତଥାନ ପାଇଁ ପିଏମଶ୍ରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ଶିକ୍ଷୟିତ୍ରୀ ରଶ୍ମିତା ମିଶ୍ର ଓ ରାଜଶ୍ରୀ ଦାସ ସମସ୍ତ ଙ୍କୁ ସ୍ବାଗତ, ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *