July 4, 2025
Home » ବିଶ୍ୱବିଦିତ ଜ୍ୟୋତିର୍ବିଦ୍ ପଠାଣି ସମାନ୍ତଙ୍କ୧୯୦ତମ ଜୟନ୍ତୀ ପାଳିତ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର “ନୟାଗଡ଼ ଗୌରବ” ସମ୍ମାନରେ ସମ୍ମାନିତ

ବିଶ୍ୱବିଦିତ ଜ୍ୟୋତିର୍ବିଦ୍ ପଠାଣି ସମାନ୍ତଙ୍କ୧୯୦ତମ ଜୟନ୍ତୀ ପାଳିତ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର “ନୟାଗଡ଼ ଗୌରବ” ସମ୍ମାନରେ ସମ୍ମାନିତ

0
IMG_20241213_194004

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: HDR ; sceneMode: 2; cct_value: 6777; AI_Scene: (-1, -1); aec_lux: 265.26166; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 36;

ନୟାଗଡ଼ (ଇପିଏ) ବିଶ୍ଵବିଦିତ ଜ୍ୟୋତିର୍ବିଦ୍ ନଭବିଜ୍ଞାନୀ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୦ତମ ଜୟନ୍ତୀ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ନୟାଗଡ଼ର ପ୍ରାକ୍ତନ ବନଖଣ୍ଡ ଅଧିକାରୀ ଏଚ. ଡି. ଧନରାଜଙ୍କୁ ‘ନୟାଗଡ଼ ବନ୍ଧୁ’,ଧୂରୀଣ ବିଜ୍ଞାନୀ ଡ. ଗିରିଜା ଶଙ୍କର ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ପ୍ରତିଭା’ ସମ୍ମାନ, ସୁନାମଧନ୍ୟ ଯଶସ୍ୱୀ ଆଇନଜୀବୀ ବୃନ୍ଦାବନ ପଣ୍ଡାଙ୍କୁ ‘ପଠାଣି ସାମନ୍ତ ଆଇନ ସେବା ରତ୍ନ’,କବି ତିଳକ ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କୁ ଦାସିଆ ଅଜା ସାହିତ୍ୟ ସମ୍ମାନ’,ସମାଜସେବୀ ଉଷା ପଟ୍ଟନାୟକଙ୍କୁ ପଠାଣି ସାମନ୍ତ ସେବା ସମ୍ମାନ,ସୁ ସାହିତ୍ୟିକା ଡ. ସୁକାନ୍ତି ମହାନ୍ତିଙ୍କୁ ପଠାଣି ସାମନ୍ତ ସାହିତ୍ୟ ସମ୍ମାନ,ପୂଜ୍ୟ ଗୁରୁଜୀ ନୀଳମାଧଵ ନନ୍ଦଙ୍କୁ ପଠାଣି ସାମନ୍ତ ଆଦର୍ଶ ଶିକ୍ଷକ ସମ୍ମାନ,କ୍ରିକେଟିଆର ସଂଗ୍ରାମ କେଶରୀ ଗୁମାନସିଂଙ୍କୁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’,ସଙ୍ଗୀତ ଗୁରୁ ରଜନୀକାନ୍ତ ମହାପାତ୍ରଙ୍କୁ ‘ପଠାଣି ସାମନ୍ତ ସଙ୍ଗୀତ ସମ୍ମାନ’ରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚାସିନ ଅତିଥିମାନେ ପଠାଣି ସାମନ୍ତଙ୍କ ବାଉଁଶ କାଠି ମାଧ୍ୟମରେ ଦୂର ପର୍ବତ ଓ ମହାକାଶ ଗ୍ରହନକ୍ଷେତ୍ର ମାନଙ୍କର ଗତିବିଧି ,ଗଣନା ଏବଂ ସାମନ୍ତଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ କବି ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ଓ ସଂଯୋଜନା କରିଥିବାବେଳେ, ଉପ ସଭାପତି ରଣଜିତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ରବୀନ୍ଦ୍ର ମହାପାତ୍ର ଏବଂ ଶୈଳଭାମା ମହାପାତ୍ରଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା ଓ ଉପସ୍ଥିତ ପଠାଣି ସାମନ୍ତ ପ୍ରେମୀ ମାନଙ୍କୁ ଭଜନ ବହୁତ ଆନନ୍ଦ ପ୍ରଦାନ କରିଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *