ବିଶ୍ୱ ଏଡ଼ସ ଦିବସ
ପ୍ରତିବର୍ଷ ଡିସେମ୍ବର ପହିଲା କୁ ସମଗ୍ର ପୃଥିବୀ ରେ ବିଶ୍ୱ ଏଡ଼ସ ଦିବସ ଭାବରେ ପାଳନ କରାଯାଇଥାଏ, ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ହେଉଛି ଏଚଆଇଭି ଏଡ଼ସ ସମ୍ପର୍କ ରେ ସଚେତନ କରାଇବା ଏବଂ ଏହାଦ୍ୱାରା ପୀଡିତ ଙ୍କୁ ସହାୟତା ଯୋଗାଇବା ନିତାନ୍ତ ଜରୁରୀ ଅଟେ, ଏହାହିଁ ଏକ ସମୟ ଏଚ ଆଇଭି ଏଡ଼ସ ସମ୍ପର୍କ ରେ ଭ୍ରାନ୍ତ ଧାରଣା ଉପରେ ସଚେତନତା ଏବଂ ପରୀକ୍ଷା ଆଉ ଚିକିତ୍ସା ସମ୍ପର୍କ ରେ ସଠିକ ସୂଚନା ଦେବା, ଆଜି ଅନେକ ମିଥ ଆଉ ଅଜ୍ଞାନତା ଲୋକଙ୍କ ଠାରେ ଭରିରହିଛି ଯାହାକି ଏଡ଼ସ କୁ ମୂଳଉତ୍ପାଟନ ରେ ବାଧା ସୃଷ୍ଟି କରୁଛି, ୨୦୩୦ସୁଦ୍ଧା ଏଡ଼ସ ଏକ ସାର୍ବଜନୀନ ବିପଦ ର ଧାରଣା କୁ ଶେଷ କରିବା ଲକ୍ଷ୍ୟ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟରତ, ଆଜିର ଏହି ୨୦୨୫ବିଶ୍ୱ ଏଡ଼ସ ଦିବସରେ ଏଚ ଆଇ ଭି ଏଡ଼ସ ମିଥ ଏବଂ ସତ୍ୟ ସମ୍ପର୍କ ରେ ଜାଣିବା ନିତାନ୍ତ ଜରୁରୀ ହୋଇପଡିଛି, ଚଳିତ ବର୍ଷ ର ଶୀର୍ଷକ Overcoming Disruption, Transforming the AIDS response ଯାହାର ଅର୍ଥ ଏଡ଼ସ ସମ୍ପର୍କିତ ସଂକୋଚ ଭୟ ଓ ସାମାଜିକ ଦୂରତ୍ୱ କୁ ଦୂର କରିବା କେତେ ଆବଶ୍ୟକ ଅଟେ, ଏହି କଳଙ୍କିତ ଭାବନା ଲୋକଙ୍କ ଜୀବନକୁ ଅନେକ ପ୍ରଭାବିତ କରୁଛି, କାରଣ ଅଧିକାଂଶ ଜାଣନ୍ତି ନାହିଁ ଏଚ ଆଇଭି ଶରୀରକୁ କିପରି ପ୍ରଭାବିତ କରେ, କିପରି ସଂକ୍ରମିତ କରେ ଆଉ କେଉଁ ଉପାୟରେ ଏହାର ଚିକିତ୍ସା ସମ୍ଭବ ଅଟେ, ଏଚ ଆଇଭି ଏକ ଭାଇରସ ଯାହା ଶରୀର ର ପ୍ରତିରକ୍ଷା ପ୍ରଣାଳୀ କୁ ଆକ୍ରମଣ କରି ଦୁର୍ବଳ କରିଦେଇଥାଏ, ଯଦି ଏହାକୁ ଚିକିତ୍ସା କରାନଯାଏ ତେବେ ଶରୀର ର ପ୍ରତିରକ୍ଷା (ଇମ୍ୟୁନ) ପ୍ରଣାଳୀ କୁ ଅତ୍ୟଧିକ ଦୁର୍ବଳ କରିଦିଏ, ଆଜି ବିଜ୍ଞାନ ର ପ୍ରଗତି ଫଳରେ ଏଚ ଆଇଭି ପଜିଟିଭ ଏଡ଼ସ ପର୍ଯ୍ୟାୟ ରେ ନାହିଁ, ଠିକ ଚିକିତ୍ସା ଆଉ ନିୟନ୍ତ୍ରିତ ଜୀବନ ପ୍ରଣାଳୀ ଦ୍ୱାରା ଏଚ ଆଇଭି କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ ରେ ରଖାଯାଇପାରୁଛି, କିଛି ଆକ୍ରାନ୍ତ ଙ୍କ ଶରୀର ରେ ନିଷ୍କ୍ରିୟ ହୋଇ ରହିଥିବା ଏଚଆଇଭି ଆଧୁନିକ ଆଣ୍ଟିରେଟ୍ରୋଭାଇରଲଥେରାପି ପାଇଁ ଚ୍ୟାଲେଞ୍ଜ ହୋଇଥାଏ, ଅଶି ଓ ନବେ ଦଶକ ରେ ଏଚଆଇଭି ସଂକ୍ରମିତ ଙ୍କ ପାଇଁ ସ୍ଥିତି ବହୁତ ଚିନ୍ତାଜନକ ଥିଲା, କିନ୍ତୁ ଏବେ ସମୟ ପରିସ୍ଥିତି ବଦଳି ଯାଇଛି, ଏଚଆଇଭି ପଜିଟିଭ ଗ୍ରସ୍ତ ଲୋକେ ଆଣ୍ଟିରେଟ୍ରୋଭାଇରଲ ଥେରାପି ଦ୍ୱାରା ସାଧାରଣ ଜୀବନଯାପନ କରିପାରିବେ, ଡାଇବେଟିସ ବ୍ଲଡ଼ପ୍ରେସର ପରି ଏଚଆଇଭି ଏକ କ୍ରୋନିକ ହେଲଥ କଣ୍ଡିସନ ହୋଇ ରହିଯାଇଛି, ସମୟ ଅନୁସାରେ ଚିକିତ୍ସା ଆଉ ଔଷଧ ସେବନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସୁସ୍ଥ ଆଉ ସକ୍ରିୟ ଜୀବନଯାପନ କରିପାରିବ, ଏକ ଭ୍ରାନ୍ତ ଧାରଣା ରହିଛି ଯେ ଏଚଆଇଭି ରୋଗୀକୁ ଛୁଇଁଲେ, ଆଲିଙ୍ଗନ କଲେ, ସାଥିରେ ରହିଲେ, ଗୋଟିଏ ଗାଧୁଆଘର ଗୋଟିଏ ଟାୱେଲ ବ୍ୟବହାର କଲେ, ଏକାଠି ଖାଇଲେ ସଂକ୍ରମିତ ହୁଏବୋଲି କିନ୍ତୁ ଏହା ନିର୍ଘାତ ଭୁଲ ଧାରଣା ଏପରି କିଛି ହୁଏ ନାହିଁ, କି ଏଚ ଆଇଭି ବ୍ୟାପେ ନାହିଁ, ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ଇଞ୍ଜେକେସନ ଛୁଞ୍ଚି, ଦ୍ୱାରା ବ୍ୟାପୀ ଥାଏ, ଯଦି କୌଣସି ବ୍ୟକ୍ତି ନିଜର ART ଠିକ ସମୟରେ ନିୟମିତ ସେବନ କରିଥାଏ ତେବେ ଶରୀର ରେ ଭାଇରସ ର ମାତ୍ରା ଏତେ ନିମ୍ନ ସ୍ତରକୁ ଚାଲିଯାଏ ଯେ ଏହାକୁ ଲ୍ୟାବ ରେ ମଧ୍ୟ ଠାବ କରିବା କଷ୍ଟକର ହୋଇପଡିଥାଏ, ୨୦୧୯ ରେ ଏକ ବୈଜ୍ଞାନିକ ବିସ୍ଲେସଣ ଦ୍ୱାରା ଜଣାଯାଇଛି ଅନଡିଟେକଟେବଲ ଏଚଆଇଭି ଅନ୍ୟ ନିକଟକୁ ସଂକ୍ରମିତ ହୋଇ ପାରେ ନାହିଁ, ଏହାର ସାରମର୍ମ ହେଲା ଠିକ ଚିକିତ୍ସା କେବଳ ରୋଗୀକୁ ସୁସ୍ଥ ରଖେନାହିଁ ବରଂ ଏହାକୁ ସଂକ୍ରମିତ ହେବାକୁ ଦିଏନାହିଁ, ଏଚଆଇଭି ନିଗେଟିଭ ବ୍ୟକ୍ତି ଙ୍କ ପାଇଁ ଆଜି ପ୍ରଭାବଶାଳୀ ଔଷଧ ଉପଲବ୍ଧ ହେଉଛି, Pre exposerve prophylaxis ଔଷଧ ଦ୍ୱାରା ସଂକ୍ରମଣ ର ମାତ୍ରା ସର୍ବନିମ୍ନ ହୁଏ, Post exposerprophylaxis ଔଷଧ ଦ୍ୱାରା ଭାଇରସ ଶରୀର ରେ ଆସ୍ଥାନ ଜମାଇପାରିନଥାଏ, ଏଚଆଇଭି ଏଡ଼ସ କୁ ନେଇ ଭୟ ଆଉ ଭ୍ରାନ୍ତ ଧାରଣା ଆଜି ଏକ ଚ୍ୟାଲେଞ୍ଜ ହୋଇ ପଡିଛି, ବୈଜ୍ଞାନିକ ଉଦ୍ଭାବନ ଆଉ ଆଧୁନିକ ଚିକିତ୍ସା ଏହି ସଂକ୍ରମଣ କୁ ପୂର୍ଣ ମାତ୍ରା ରେ ମ୍ୟାନେଜବଲ କରିଦେଇଛି କିନ୍ତୁ ସମାଜରୁ ପ୍ରଚଳିତ ଭ୍ରାନ୍ତ ଧାରଣା ଦୂରେଇଦେବାର ପ୍ରଚେଷ୍ଟା ଜାରି ରଖିବାର ସମୟ ଆସି ଯାଇଛି
