October 16, 2024
Home » ବିଶ୍ୱ ମାନସିକ ଦିବସ ପାଳିତ

ବିଶ୍ୱ ମାନସିକ ଦିବସ ପାଳିତ

0

 

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଂଚାୟତ ସମିତି ସଭାଗୃହ ଠାରେ ରେଆର ସୋନପୁର ତରଫରୁ ବେସିକ ନିଡ଼ ଇଣ୍ଡିଆ ସହାୟତା ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ସ୍ୱରୂପ ବେହେରା ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ବେସିକ ନିଡ଼ ଇଣ୍ଡିଆ ର ରାଜ୍ୟ ସଂଯୋଜକ ରାଜୀବ କର୍ମୀ,ବୀରମହାରାଜପୁର ଥାନା ରୁ ଅଭିନାଶ ପଧାନ,ରେଆର ସହ ପ୍ରତିଷ୍ଠାତା ଆମ୍ବୁଜ ବିହାରୀ ଶତପଥି, ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇ ଦିବସ ପାଳନ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ l ପ୍ରାରମ୍ଭ ରେ ପ୍ରକଳ୍ପ ସଂଯୋଜକ ବିଶ୍ୱମ୍ବର ସାହୁ ବୀରମହାରାଜପୁର ବ୍ଲକ ଅଂଚଳ ରେ ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ସ୍ଥିତି ବିଷୟରେ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ରେ ମାନସିକ ଅସୁସ୍ଥ ବ୍ୟକ୍ତି, ପରିବାର ସହାୟତା ଗୋଷ୍ଠୀ ର ସଦସ୍ୟ, ରେଆର ର ସ୍ବେଛାସେବୀ,ସ୍ଥାନୀୟ ସ୍ବେଛାସେବୀ ସଂସ୍ଥା ସିୟା ର ସଦସ୍ୟ, ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ଯତ୍ନକାରୀ ମାନେ ଯୋଗ ଦେଇଥିଲେ l ଶେଷରେ କ୍ଷେତ୍ର ସହାୟକ ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅବନୀ ଶତପଥି, ସୁଦାମ ଗାଈଗରିଆ ସହଯୋଗ କରିଥିଲେ, l ଏହି ଅବସରରେ ଏକ ସଚେତନତା ରେଲି ସହର ପରିକ୍ରମା କରିଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *