February 9, 2026
Home » ବିଶ୍ୱ ସ୍ତନ୍ୟ ପାନ ସପ୍ତାହ

ବିଶ୍ୱ ସ୍ତନ୍ୟ ପାନ ସପ୍ତାହ

0
WhatsApp Image 2025-08-03 at 8.26.03 AM

କେନ୍ଦୁଝର :-କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲ ରେ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ସୁନାମଧନ୍ୟ ବରିଷ୍ଠ ଶିଶୁ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି, କେନ୍ଦୁଝର ନଗରପାଳ ନିକୁ ସାହୁ ମୁଖ୍ୟ ଅତିଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ବିନୋଦ ବିହାରୀ ମିଶ୍ର ସମ୍ମାନିତ ଅତିଥି, ଧରଣୀଧର ଭେଷଜ ମହାବିଦ୍ୟାଳୟ ମହିଳା ଶିଶୁ ବିଭାଗ ମୁଖ୍ୟ ଡାକ୍ତରପ୍ରଫେସର ସୁରେନ୍ଦ୍ର ନାଥ ସୋରେନ, ଧରଣୀଧର ଭେଷଜ ମହାବିଦ୍ୟାଳୟ ଶିଶୁ ବିଭାଗ ମୁଖ୍ୟ ଡାକ୍ତର ପ୍ରଫେସର ସାଧନା ପଣ୍ଡା, ମହିଳା ଓ ଶିଶୁ ବିଶେଷଜ୍ଞ ଡାକ୍ତର ଗିରିଶ ଚନ୍ଦ୍ର ରାଉତ, ସହକାରୀ ଜିଲ୍ଲା ପରିବାର କଲ୍ୟାଣ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲକ୍ଷ୍ମୀ କାନ୍ତ ମହାନ୍ତ, ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ଉପେନ୍ଦ୍ର ନାଥ ବାରିକ ଅନ୍ୟତମ ଅତିଥିଭାବେ ଯୋଗ ଦେଇ “ପ୍ରଥମେ ମା କ୍ଷୀର “ସମ୍ପର୍କ ରେ ବିସ୍ତୃତ ଆଲୋଚନା ଓ ସୁପରିଚାଳନା ଓ ଆବଶ୍ୟକତା ଏବଂ ଏହାଦ୍ୱାରା ମା ଶିଶୁ ଙ୍କ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ, ଡାକ୍ତର ମହେଶ ମହାନ୍ତ ପ୍ରାରମ୍ଭିକ ଆଲୋଚନା ପିପିଟି ମାଧ୍ୟମରେ କରି ବହୁ ଜ୍ଞାତବ୍ୟ ତଥ୍ୟ ପ୍ରଦାନ କରିଥିଲେ,ସପ୍ତାହ ଶେଷ ଦିବସରେ ସ୍ଥାନୀୟ କେନ୍ଦୁଝର ଅଡିଟରୀୟମ ରେ ଏକ ବିରାଟ କର୍ମଶାଳା ର ଆୟୋଜନ କରାଯିବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *