February 16, 2026
Home » ବେଆଇନ ଗୋରୁ ଚଲାଣ : 6 ଗୋରୁ ଉଦ୍ଧାର, ପିକଅପ ଗାଡି ଜବତ ସହ 5 ଗିରଫ

ବେଆଇନ ଗୋରୁ ଚଲାଣ : 6 ଗୋରୁ ଉଦ୍ଧାର, ପିକଅପ ଗାଡି ଜବତ ସହ 5 ଗିରଫ

0
WhatsApp Image 2026-02-16 at 1.25.48 PM

 

ସୁବର୍ଣ୍ଣପୁର– ଦିନକୁ ଦିନ ବେଆଇନ ଗୋରୁ ଚାଲାଣ ସୁବର୍ଣ୍ଣପୁର ଜିଲ୍ଲାରେ ବୃଦ୍ଧି ପାଉଛି l ସେଥିମଧ୍ୟରୁ କେତେକ ଘଟଣା ଲୋକଲୋଚନ କୁ ଆସୁଛି ଓ ଆଉ କେତେକ ଆସିପାରୁନାହିଁ l ପୋଲିସ ଓ ପ୍ରଶାସନ ର ଅଜାଣତ ରେ ବେଆଇନ ଗୋରୁ ଚାଲାଣ ବୃଦ୍ଧି ପାଉଛି l କେତେକ ଘଟଣାରେ ଜାଣିଶୁଣି ପୋଲିସ ଓ ପ୍ରଶାସନ ନିରବ ରହୁଛି l ଫଳରେ ଗୋରୁ ମାଫିଆ ନିର୍ଭୟ ରେ ବେଆଇନ ଗୋରୁ ଚାଲାଣ କରୁଛି l ସୂଚନା ରୁ ପ୍ରକାଶ ଯେ,ରାମପୁର ଥାନା ବାଙ୍କୀପାଲି ଠାରେ ବେଆଇନ ଗୋରୁ ଚାଲାଣ ହେଉଥିବା ବିଷୟ ରେ କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ ର କର୍ମୀ ମାନେ ଗୋରୁ ବୋଝେଇ ଗାଡିକୁ ପିଛା କରି ବାଙ୍କୀପାଲି ଠାରେ ଧରିଥିଲେ l ପରେ ରାମପୁର ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ରାମପୁର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ 6 ଗୋରୁ ଉଦ୍ଧାର କରିବା ସହ ବେଆଇନ ଗୋରୁ ଚାଲାଣ କରୁଥିବା 5 ଜଣ ଙ୍କୁ ଅଟକ ରଖିବା ସହ ବ୍ୟବହୃତ ପିକଅପ ଗାଡିକୁ ଜବତ କରିଛି ପୋଲିସ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବାଙ୍କୀପାଲିରେ(ଓଡି୧୭ ଏ ଏ-୬୧୫୪) ପିକଅପ୍ ଗାଡ଼ିରେ ବେଆଇନ ଭାବେ ଗୋରୁ ବୋଝେଇ ହୋଇ ଯାଉଥିଲା।ହେଲେ ବଜରଙ୍ଗ ଦଳର କର୍ମୀ ମାନେ ପିଛା କରି ବାଙ୍କୀପାଲିରେ ଗାଡିକୁ ଅଟକାଇ ରାମପୁର ପୋଲିସକୁ ଜିମା ଦେଇଥିଲେ I ଏଥିରେ ପୋଲିସ 5 ଜଣଙ୍କୁ ଅଟକ ରଖିଥିବା ବେଳେ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ସମସ୍ତ ଗୋରୁକୁ ପୋଲିସ ବଜରଙ୍ଗ ଦଳକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *