July 1, 2025
Home » ବେଆଇନ ଜମି ଜବରଦଖଲକାରୀ ଙ୍କ ଘର ରେ ବୁଲଡୋଜର ଚାଲିଲା ,ପ୍ରସାସନ ର କଡା ଅଭିମୁଖ୍ୟ

ବେଆଇନ ଜମି ଜବରଦଖଲକାରୀ ଙ୍କ ଘର ରେ ବୁଲଡୋଜର ଚାଲିଲା ,ପ୍ରସାସନ ର କଡା ଅଭିମୁଖ୍ୟ

0
WhatsApp Image 2025-06-18 at 10.34.32 AM

କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ରେ  ଥିବା ନୂଆଗାଁ ଗ୍ରାମରେ ଥିବା ଖାତା ନମ୍ବର-୬୦ ରେ ଅନ୍ତର୍ଭୁକ୍ତ ଥିବା ପ୍ଲଟ ନମ୍ବର – ୩୬୦/୫୨୭,  ୩୬୨/୫୩୦,୩୬୩/୫୩୦, କିସମ-ବସ୍ତି ଯୋଗ୍ୟ   ଜମିରେ ରେ ୫ ଜଣ ବେଆଇନ ଭାବେ ମାଡିବସିଥିବା ଜବରଦଖଲକାରୀଙ୍କ ଘରକୁ ପ୍ରଶାସନ ତରଫରୁ ମଙ୍ଗଳବାର ଦିନ  ଭଙ୍ଗା ଯାଇଛି। 

 ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ତହସିଲଦାର ରାକେଶ କୁମାର ପଣ୍ଡା,ଅତିରିକ୍ତ ତହସିଲଦାର ବିଶ୍ୱଜିତ ଦଳେଇ,ବଡ଼ବିଲ ପୋୖରନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ,ରୁଗୁଡି ଆଇ.ଆଇ.ସି ରବି ଶଙ୍କର ଭୋଇସା ଙ୍କ ଉପସ୍ଥିତ ରେ ହୋଇଥିଲା।  ସୂଚନାଯୋଗ୍ୟ ଯେ ଏହି ଜମି ଗୁଡିକୁ ସରକାର ଙ୍କ ଯୋଜନା ରେ  ଆଦିବାସୀ ଜଙ୍ଗଲ ଜମି  ୪ ଡିସମିଲ ଲେଖାଏଁ ଜମି   ମୋଟ ୩୯ ଜଣଙ୍କୁ ଗତ ୨୦୧୪ ମସିହାରୁ ମାଲିକାନା ପ୍ରଦାନ କରାଯାଇଅଛି। କିନ୍ତୁ ଜବରଦଖଲକାରୀ ମାନେ ଉକ୍ତ ଜମି ଜୋରଜୋବରଦସ୍ତ ମାଡି ବସିଥିବାରୁ ହିତାଧିକାରୀଙ୍କ ଙ୍କ ଜମି ଚିନ୍ହଟ ହୋଇପାରୁନଥିଲା। ଏହି ପରିପେକ୍ଷିରେ ତହସିଲ କାର୍ଯ୍ୟାଳୟ ବଡ଼ବିଲ ତରଫରୁ  ଜାଗା ଖାଲି କରିବା ନିମନ୍ତେ ଚିତ୍ତରଞ୍ଜନ ବାରିକ,ହୃଷୀକେଶ ବାରିକ,ନିରଞ୍ଜନ ବାରିକ,ବେଣୁଧର ବାରିକ,ବଂଶୀଧର ବାରିକ ଙ୍କୁ ତିନି  ଥର ନୋଟିସ ହୋଇଥିବା ସତ୍ତ୍ୱେ ସେମାନେ ନୋଟିସକୁ ବେଖାତିର କରି ଅବମାନନା କରିଆସୁଥିଲେ। ପ୍ରଶାସନ ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀ ମାନଙ୍କୁ ଜମି ଚିନ୍ହଟ କରାଇ ହସ୍ତାନ୍ତର କରିବା ଉଦ୍ଧେଶ୍ୟରେ ଉଚ୍ଛେଦ କରାଗଲା ବୋଲି ସୂଚନା ଦେଇଛନ୍ତି। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଉଚ୍ଛେଦ ସମୟରେ  ୨ ପ୍ଲାଟୁନ ପୋଲିସ  ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମୃତ୍ୟୟନ ଥିବାର ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲା ଯୋଡାରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *