December 22, 2025
Home » ବେକରେ ଓଢଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା

ବେକରେ ଓଢଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା

0
WhatsApp Image 2025-03-14 at 6.15.26 PM

ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମ ନିକଟସ୍ଥ ଏକ କାଜୁବଗିଚାରେ ଶିଉନାଗୁଡା ଗ୍ରାମର ଭଗବାନ ଗୌଡ଼(୧୯) ଓ ଭାଳିଆଗୁଡା ଗ୍ରାମର ସବିତା ଭତ୍ରା(୨୧) ନାମକ ଦୁହିଁ ପ୍ରେମୀଯୁଗଳ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ସୂଚନା ମୁତାବକ ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଶିଉନାଗୁଡା ଗ୍ରାମର ଲକ୍ଷି ଗୌଦଙ୍କ ପୁଅ ଭଗବାନ ଗୌଡ଼(୧୯)  ଗୋଟିଏ ବଖରାରେ ମିଶିକି ଶୋଇଥିଲେ। ବାପା ସୋଇବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିବା ବେଳେ ସେହିପରି ବୁଧୁବାର ରାତିରେ ଖାଇବା ପରେ ପରେ ଭାଳିଆଗୁଡା ଗ୍ରାମର ସନିବାରି ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ଗୋଟିଏ ବଖରାରେ ଶୋଇଥିଲେ। କିନ୍ତୁ, ମାଆ ସଇବା ପରେ ଝିଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲେ । ତାପରେ ଉଭୟ ପରିବାର ବର୍ଗ ରାତିରେ ବହୁତ ଖୋଜାଖୋଜି କରି ପାଇ ନଥିବା ବେଳେ ଗୁରୁବାର ଦିନ ସ୍ଥାନୀୟ ଲୋକେ କାଯୁଗଚ ବଗିଚାରେ ଝୁଲନ୍ତା ଅବସ୍ଥାରେ ପ୍ରେମିଯୁଗଲଙ୍କୁ ଦେଖି ପରିବାର ବର୍ଗଙ୍କୁ ଜଣାଇବା ପରେ ଉଭା ପରିବାର ବର୍ଗ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଆଧାରରେ ଝରିଗାଁ ଥାନା କେସ୍‌ ନମ୍ବର ୮/୨୦୨୫ ଏବଂ ୯ /୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ପ୍ରେମିଯୁଗୁଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *