December 26, 2024
Home » ବେନିୟମର ସାଇରାମ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସହ ରେଷ୍ଟୁରାଣ୍ଟକୁ ସିଲ କଲା ଜିଲ୍ଲା ପ୍ରଶାସନ ମିଳିତ ଯାଞ୍ଚ ଦଳ

ବେନିୟମର ସାଇରାମ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ସହ ରେଷ୍ଟୁରାଣ୍ଟକୁ ସିଲ କଲା ଜିଲ୍ଲା ପ୍ରଶାସନ ମିଳିତ ଯାଞ୍ଚ ଦଳ

0

ରାୟଗଡ଼ା ସହର ସ୍ଥିତ ସାଇରାମ ରେଷ୍ଟୁରାଣ୍ଟକୁ ଶନିବାର ଦିନ ପ୍ରଶାସନ ସିଲ କରିଛି । ଏହା ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ଛକ ଉପରେ ମୁଖ୍ୟ ରାସ୍ତା କଡରେ ଅବସ୍ତିତ ଥିବା ଉକ୍ତ ବେନିୟମରେ ଦିର୍ଘ ଦିନରୁ ଚାଲୁଥିବା ରେଷ୍ଟୁରାଣ୍ଟ ଉପରେ ଶନିବାର ଦିନ ମଧ୍ୟାହ୍ନ ସମୟରେ ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରାଙ୍କ ନେତୃତ୍ୱରେ ପୋଲିସ, ରାୟଗଡ଼ା ପୋୖର ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମିଳିତ ଯାଞ୍ଚ ଦଳ ଚଢ଼ାଉ କରିଥିଲେ ।  କୌଣସି ଲାଇସେନ୍ସ ନ ରଖି ଗ୍ରାହକ ସେବା ପାଇଁ ସାମାନ୍ୟତମ ମାନଦଣ୍ଡକୁ ପୂରଣ ନ କରି ଆଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରି ରେଷ୍ଟୁରାଣ୍ଟ ଚଲେଇ ଆସୁଥିଲା । ଯାଞ୍ଚ ସମୟରେ ସରକାରୀ ନିୟମ ଅନୁସାରେ କୌଣସି ନିୟମାବଳୀ ବିନା ଅନୁସରଣରେ ଚାଲୁଥିବା ସହ ରେଷ୍ଟୁରାଣ୍ଟ ଚଳାଇବାକୁ ଥିବା ଆବଶ୍ୟକ କୌଣସି ପ୍ରକାର ମାନଦଣ୍ଡକୁ ପୂରଣ ବା ସରକାରୀ କୌଣସି କାଗଜ ପତ୍ର ଦେଖାଇ ପାରି ନଥିଲା ରେଷ୍ଟୁରାଣ୍ଟ ମାଲିକ । ଫଳସ୍ୱରୁପ ସରକାରଙ୍କ ସମସ୍ତ ଆଇନକୁ ଉଲଙ୍ଘନ କରି ଚାଲିଥିବା ପ୍ରମାଣିତ ହେବା ପରେ ରେଷ୍ଟୁରାଣ୍ଟ ସିଲ କଲା ପ୍ରଶାସନ । ଯେପରିକି ଗ୍ରାହକଙ୍କ ସୁରକ୍ଷା ଓ ସୁବିଧା, ହୋଟେଲ ପାଇଁ ନିର୍ଦ୍ଦିଷ୍ଟ କୋଠାର ଅନୁମତି ସହ ଗ୍ରାହକଙ୍କ ଗାଡ଼ି ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବିଭାଗର ସୁରକ୍ଷା ପ୍ରମାଣପତ୍ର, ଫୁଡ ଲାଇସେନସ , ଇଟିଂ ଲାଇସେନସ, ESI ରେଜିଷ୍ଟ୍ରେଶନ୍, କର୍ମଚାରୀଙ୍କ ପାଇଁ PF ରେଜିଷ୍ଟ୍ରେଶନ୍ , ପରିବେଶ ସୁରକ୍ଷା (ପଲ୍ୟୁସନ) ଲାଇସେନସ(FSSAI) , ବ୍ୟବସାୟିକ ଗ୍ୟାସ ସିଲଣ୍ଡରର ବ୍ୟବହାର ,ଶୌଚାଳୟର ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା , ସ୍ବଛତା ପାଳନ, ରେଷ୍ଟୁରାଣ୍ଟ ଇଂସୁରେନ୍ସ, ହୋଟେଲ ଚଲାଇବା ପାଇଁ ପୋଲିସର ଅନୁମତି ପତ୍ର ଭଳି ଅନେକ ଆବଶ୍ୟକୀୟ ପ୍ରମାଣପତ୍ର ମାଲିକ ଦେଖାଇ ପାରିନଥିବା ସହ ଦୀର୍ଘ ଦିନରୁ ସହରର ଗୁରୁତ୍ବପୂର୍ଣ୍ଣ ଜନ ଗହଳି ଇଲାକାରେ ବେଆଇନ ଭାବେ ରେଷ୍ଟୁରାଣ୍ଟ ଚଳାଇ ଆସୁଥିଲା। ତେଣୁ ପରିଶେଷରେ ରେଷ୍ଟୁରାଣ୍ଟଟିକୁ ପ୍ରଶାସନ ସିଲ କରିଲା । ସିଲ କରିବା ସମୟରେ ରଶେଇ ଶାଳରେ ରେଷ୍ଟୁରାଣ୍ଟରୁ ଦୁଇଟି ଘରୋଇ ବ୍ୟବହାର ଗ୍ୟାସ ହାଣ୍ଡି  ଜବତ କରାଯାଇଛି । ଏହା ସମସ୍ତ ବିଷୟ ଉପଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ତୁରନ୍ତ ରେଷ୍ଟୁରାଣ୍ଟ ସିଲ କରିବାକୁ ନିର୍ଦ୍ଦେଶ ହେବା ପରେ ରାୟଗଡ଼ା ପୌର ନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ସିଲ ହୋଇଥିଲା।
ଖାଉଟି ଓ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯିବା ସହ ଆଗାମୀ ଦିନରେ ରାୟଗଡା ସହରରେ ସରକାରୀ ନିୟମ ଅମାନ୍ୟ କରି ବେଆଇନରେ ଚାଲୁଥିବା ହୋଟେଲମନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ବ୍ୟାପକ ଚଢ଼ାଉ କରାଯିବ । ଏଥିସହ ଉପଜିଲ୍ଲାପାଳ ଶ୍ରୀମତି ସଂଘମିତ୍ରା କହିଛନ୍ତି ଯେ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରାଙ୍କ ନେତୃତ୍ୱରେ ଉକ୍ତ ପଦକ୍ଷେପ ନେଇ ବିଭିନ୍ନ ମହଲ ତଥା ବୁଦ୍ଧିଜୀବୀଙ୍କ ମହଲରେ ପ୍ରଂଶସାର ସୁଅ ଛୁଟିଛି।
ପ୍ରକାଶ ଥାଉ କି ଉକ୍ତ ସାଇରାମ ରେଷ୍ଟୁରାଣ୍ଟ ଖାଇବାକୁ ଆସୁଥିବା ଗ୍ରାହକଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବାରେ ବିଫଳ ଥିବା ନେଇ ଅନେକ ସମୟରେ ଗ୍ରାହକ ଅସନ୍ତୁଷ୍ଟ ଓ ଗ୍ରାହକଙ୍କୁ ଜିଏସଟି ବିଲ୍ ମଧ୍ୟ ପ୍ରଦାନ କରୁନଥିବା ଅଭିଯୋଗ ହୋଇ ଆସୁଥିଲା। ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବେଧଡକ ବେନିୟମ ଭାବରେ ଅନେକ ଏପରି ହୋଟେଲ ରଙ୍ଗବଳା କେମିକାଲ ମିଶ୍ରିତ ସୁସ୍ୱାଦ ଖାଦ୍ୟ ପରୁସୁଛନ୍ତି ଯାହା ସ୍ୱାସ୍ତ୍ୟଜନିତ ସମସ୍ୟା ଉପୁଜିବାର ସହାୟକ ହୋଇଥାଏ। ଏପରିକି ଫ୍ରିଜରେ ରଖିଥିବା ବାସି ଖାଦ୍ୟକୁ ଚଟାପଟ ବନାଇ ଗ୍ରାହକଙ୍କୁ ଦିଆଯଯିବା ସହ ଅତି ଚଢ଼ା ଦର ଗ୍ରାହକଙ୍କ ଠାରୁ ନେଇଛନ୍ତି। ଏପରି ବେନିୟମ ସରକାରୀ ନିୟମ ଉଲଙ୍ଘନ କରି ରାତାରାତି ମଲମଲ ହେଉଥିବା ହୋଟେଲମାନଙ୍କୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏଭଳି କେତେ ଚଢ଼ାଉ ସହ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସେହି ସମୟକୁ ଅପେକ୍ଷା ସହ ଜିଲ୍ଲାବାସୀଙ୍କ ନଜର ରହିଛି ।

ରିପୋର୍ଟ: ରାୟଗଡ଼ା ଜିଲ୍ଲାରୁ ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *